Below header

କଂଗ୍ରେସରେ ଥମୁନି ଟିକେଟ ତାତି, ଦଳୀୟ ଅଫିସ ଫାଟକରେ ତାଲା ପକାଇ ଧାରଣା ଦେଲେ ମହିଳା

ଭୁବନେଶ୍ବର : କଂଗ୍ରେସରେ ଥମୁନି ଟିକେଟ୍‌ ତାତି। ଟିକେଟ ପାଇ ନଥିବା ଆଶାୟୀଙ୍କ ମଧ୍ୟରେ ତୀବ୍ର ହୋଇଛି ଅସନ୍ତୋଷ। ମହିଳାଙ୍କୁ ଗୁରୁତ୍ୱ ଦିଆଯାଇନଥିବା ଅଭିଯୋଗରେ କଂଗ୍ରେସ କାର୍ଯ୍ୟାଳୟରେ ତାଲା ପକାଇଥିଲେ ମହିଳା କଂଗ୍ରେସ ସଭାନେତ୍ରୀଙ୍କ ସମେତ ୨୫ରୁ ଅଧିକ ନେତ୍ରୀ ବିକ୍ଷୋଭ କରିଥିଲେ। ସେହିପରି ଭଦ୍ରକ ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀଙ୍କ ନେତୃତ୍ୱରେ ଆଉ କିଛି କର୍ମୀ ତାଲା ଭାଙ୍ଗି କଂଗ୍ରେସ ଭବନ ଭିତରେ ଧସେଇ ପଶିଥିଲେ। ଏହାକୁ କେନ୍ଦ୍ର କରି ଦୁଇ ମହିଳା ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ସବୁ ଆଶାୟୀଙ୍କୁ ଟିକେଟ ନ ମିଳିବା ପରେ ଅସନ୍ତୋଷ ରହିବା ସ୍ୱାଭାବିକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.