ଆସନ୍ତାକାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ରାୟଗଡା ଜିଲ୍ଲାର ଗୁଣୁପୁର, ଗଜପତି ଜିଲ୍ଲାର ପାରଲାଖେମୁଣ୍ଡି ଓ ମୋହନା ନିର୍ବାଚନ ମଣ୍ଡଳୀ ସ ବ୍ରହ୍ମପୁର ଲୋକସଭା ମଣ୍ଡଳର ବିଜେପି ପ୍ରାର୍ଥୀଙ୍କ ପ୍ରଚାର କରିବେ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି । ଏପ୍ରିଲ ୧୧ ତାରିଖରେ ବ୍ରହ୍ମପୁର ଲୋକସଭା ସମେତ ଏହା ଅଧିନରେ ଆସୁଥିବା ବିଧାନସଭା ଆସନରେ ମତାଦାନ ହେବ ।