Below header

ପୁଣି ପ୍ରବାସୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ଯାତ୍ରୀବାହୀ ବସକୁ ପଛପଟୁ ଧକ୍କା ଦେଲା ଟ୍ରକ

ବାଲେଶ୍ୱର : ପୁଣି ପ୍ରବାସୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ଥ। ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଦୁର୍ଘଟଣାଗ୍ରସ୍ଥ ହୋଇଛି। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦଣ୍ଡିକା ନିକଟସ୍ଥ ୧୬ ନମ୍ବୀ ଜାତୀୟ ରାଜପଥରେ ବସଟି ଦୁର୍ଘଟଣାଗ୍ରସ୍ଥ ହୋଇଛି। ଫଳରେ ୭ ଜଣ ଗୁରୁତର ଆହତ ହୋଇଥିବାବେଳେ ଆହତ ସମସ୍ତଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଯାହା ସୂଚନା ରହିଛି ଆଜି ସକାଳ ପ୍ରାୟ ୭ଟା ୩୦ ମିନିଟରେ ଏହି ଦୁର୍ଘଟଣା ଘଟିଛି। ବସଟି କେରଳରୁ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଭିମୁଖେ ଯାଉଥିଲା। ଦଣ୍ଡିକା ନିକଟରେ ବସଟିକୁ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା। ଫଳରେ ବସଟି ଆଗରେ ଯାଉଥିବା ଅନ୍ୟ ଏକ ଟ୍ରକ ସହ ବାଡେଇ ହୋଇଥିଲା।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତରମାନଙ୍କୁ ଆମ୍ବୁଲାନ୍ସ ଯୋଗେ ହସପିଟାଲ ପଠାଇଥିଲା। ସେହିପରି ବସରେ ପ୍ରାୟ ୩୦ ରୁ ଅଧକ ଜଣ ପ୍ରବାସୀ ଥିବା ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.