ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟାରେ ଲାଗୁନି ବ୍ରେକ, ଗତ ୨୪ ଘଣ୍ଟା ଭିତରେ ଆସିଲା ୮୩୮୦ଟି ନୂଆ ପଜିଟିଭ କେସ

ଦେଶରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ୧ ଲକ୍ଷ ୮୨ ହଜାର ୧୪୩ରେ ପହଂଚିଛି । ଏହା ସହ ୮୨୩୭୦ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଏଯାବତ ୫୧୬୪ ଜଣ ପ୍ରାଣ ହରାଇ ସାରିଲେଣି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ । ଆଇସିଏମଆର ସୂଚନା ଅନୁଯାୟୀ ଦେଶରେ ଆରୋଗ୍ୟ ସ୍ତର ଏବେ ୪. ୫୧ ରୁ ବଢି ୪୭.୪୦ରେ ପହଂଚିଛି । ଗତ ୨୪ଘଣ୍ଟା ଭିତରେ ଦେଶରେ ୭ହଜାର ୯୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେବେକି  ୧୯୩ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ  କେତେକ ସହରରେ  ଲକ ଡାଉନ ଅବଧିକୁ ଜୁନ ୧ ତାରିଖରୁ ୩୦ ତାରିଖ ଯାଏଁ ବଢ଼ାଇ ଦିଆଯାଇଛି । ଗତ ୨୪ଘଣ୍ଟାରେ ୧୧ହଜାର ୨୬୪ଜଣ ଆରୋଗ୍ୟ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୬୨ହଜାର ୨୨୮ଜଣ ଆକ୍ରାନ୍ତ ହୋଇଥିବାବେଳେ ।

corona new

ଯେବେକି ସେଠାରେ ସର୍ବାଧିକ ୬୨ହଜାର ୨୨୮ଜଣ ଆକ୍ରାନ୍ତ ହୋଇଥିବାବେଳେ ୨ହଜାର ୯୮ଜଣଙ୍କ ମୃତ୍ୟୁ ହୋଇଛି । ଗୁଜରାଟ, ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ବି ସ୍ଥିତି ଉଦ୍‌ବେଗଜନକ ରହିଛି। କହିରଖିବା ଉଚିତ ହେବକି ଆଜି ଲକ ଡାଉନ ୪.୦ର ଅବଧି ସରୁଛି । ସେହି ପରି ଆମ ରାଜ୍ୟ ଓଡ଼ିଶାରେ ଗତକାଲି ଅପରାହ୍ନ ସୁଦ୍ଧା ସୁସ୍ଥ ହୋଇଛନ୍ତି ଆଉ ୭୩ କରୋନା ଆକ୍ରାନ୍ତ । ଯେବେକି କାଲି ସକାଳେ ୯୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସୁସ୍ଥଙ୍କ ଭିତରେ ଭିତରେ ବୌଦ୍ଧ ଜିଲ୍ଲାରୁ ୨୮ ଜଣ ଥିବା ବେଳେ ପୁରୀରୁ ଅଛନ୍ତି ୧୧ ଜଣ । ଅନ୍ୟ ପକ୍ଷରେ କେନ୍ଦ୍ରାପଡା, କଟକ , ଖୋର୍ଦ୍ଧ ଜିଲ୍ଲାରୁ ଯଥାକ୍ରମେ ୧୦ଜଣ ,୯ ଜଣ ,୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଯେବେକି ମାଲକାନଗିରି ଓ ଅନୁଗୁଳରୁ ଦୁଇ ଜଣ ଲେଖାଏଁ ଆଜି ସୁସ୍ଥ ହୋଇଥିବା ଜଣାଯାଇଛି । ସେହି ପରି ଗଂଜାମ, ବାଲେଶ୍ୱର, ଯାଜପୁର , କନ୍ଧମାଳ ପରି ଜିଲ୍ଲା ମାନଙ୍କରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମାରାତ୍ମକ କରୋନା ଦାଉରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧୦୫୦ରେ ପହଂଚିଛି। ଏବାବଦରେ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । କହିରଖିବା ଉଚିତ ହେବକି ଆଜି ସକାଳେ ମୋଟ ୧୮ ଟି ଜିଲ୍ଲାରୁ ୯୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯କୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.