ରାଜ୍ୟରେ ଆଜି ଆଉ ୧୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଗୋଟିଏ ଦିନରେ ସର୍ବାଧିକ ପଜିଟିଭ କେସ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଏଯାବତ ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇଥିବା ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮ ରେ ପହଂଚିଛି । ରାଜ୍ୟର ୧୯ ଟି ରାଜ୍ୟରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ୧୧୯ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୦ ଜଣ ସ୍ଥାନୀୟ ବାସିନ୍ଦା ଥିବା ଜଣାଯାଇଛି |ଏବାବଦରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । କହିରଖିବା ଉଚିତ ହେବକି ଗତ କାଲି ସକାଳେ ୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୩ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

WhatsApp Image 2020-05-31 at 10.10.35 AM

ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଂଜାମ ଓ ଯାଜପୁର ଜିଲ୍ଲାରୁ ୧୦ ଜଣ ଲେଖାଏଁ ଥିବା ବେଳେ ବାଲେଶ୍ୱର ରୁ ଅଛନ୍ତି ୬ ଜଣ । ଅନ୍ୟ ପକ୍ଷରେ ଖୋର୍ଦ୍ଧରୁ ୭ ଜଣ, କଟକରୁ ୫ ଜଣ, ପୁରୀ ରୁ ୪ ଜଣ, କେନ୍ଦ୍ରାପଡାରୁ ୧୮ ଜଣ ବଲାଙ୍ଗୀରରୁ ୧୧ ଜଣ, ଜଗତସିଂହପୁରରୁ ୨ ଜଣ, ସୁନ୍ଦରଗଡ଼ରୁ ୬ ଜଣ, ଗଜପତି ଜିଲ୍ଲାରୁ ୧୬ ଜଣ, ଦେଓଗଡରୁ ୪ ଜଣ ପଜିଟିଭ କେଶ ବାହାରିଛି । ଯେବେକି ନୂଆପଡ଼ାରୁ 12 ଜଣ କେଉଁଝରରୁ ୩ ଜଣ ଅଛନ୍ତି । ଅନ୍ୟପକ୍ଷରେ ମୟୁରଭଞ୍ଜରୁ ଓ ବରଗଡ଼ ଜିଲ୍ଲାରୁ ୬ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଯେବେକି ମାଲାକାନାଗିରି, ଢେଙ୍କାନାଳ, ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ନୂଆ କେଶ ବାହାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.