Below header

ରାଜ୍ୟ ସରକାର ଐତିହାସିକ ସଫଳତା: ଖଣି ବିଭାଗର ରେକର୍ଡ ରାଜସ୍ୱ ସଂଗ୍ରହ

ଭୁବନେଶ୍ବର(କେନ୍ଯୁଜ୍): 5T ରୂପାନ୍ତରଣରେ ବୈପ୍ଲବିକ ପରିବର୍ତ୍ତନ । ଖଣି ବିଭାଗର ରେକର୍ଡ ରାଜସ୍ୱ ସଂଗ୍ରହ। ଖଣି ରାଜସ୍ୱ ସଂଗ୍ରହରେ ଐତିହାସିକ ସଫଳତା ପାଇଛନ୍ତି ରାଜ୍ୟ ସରକାର। ୨୦୨୧-୨୨ ଆର୍ଥିକ ବର୍ଷର ଚଳିତ ମାର୍ଚ୍ଚ ସୁଦ୍ଧା ୪୧ ହଜାର ୧୯୧ କୋଟି ଟଙ୍କାର ଖଣି ରାଜସ୍ୱ ସଂଗ୍ରହ ହୋଇଛି ।

ଆର୍ଥିକ ବର୍ଷ ଶେଷ ହେବାକୁ ୩ ସପ୍ତାହ ବାକି ଥିବାରୁ ଚଳିତ ଆର୍ଥିକ ବର୍ଷରେ ଖଣି ରାଜସ୍ୱ ପରିମାଣ ୪୫ ହଜାର କୋଟି ଟଙ୍କା ଅତିକ୍ରମ କରିବାର ସମ୍ଭାବନା ରହିଛି । ରାଜ୍ୟରେ କାର୍ଯ୍ୟକ୍ଷମ ୨୨ଟି ଖଣିରୁ ଏହି ରାଜସ୍ୱ ଆଦାୟ ହୋଇଛି । ଆଗକୁ ଆଉ ୧୩ଟି ଖଣି ପାଇଁ ନିଲାମ ପ୍ରକ୍ରିୟା ଜାରି ରହିଛି । ୩୫ଟି ଖଣିରୁ ୨୨ଟି ଲୁହାପଥର ଓ ମାଙ୍ଗାନିଜ୍‌ ଖଣି କାର୍ଯ୍ୟକ୍ଷମ ହୋଇଛି।

ପୂର୍ବରୁ ରାଜ୍ୟରେ ଖଣି ରାଜସ୍ୱ ବାର୍ଷିକ ୬ ହଜାର କୋଟି ଟଙ୍କା ମଧ୍ୟରେ ସୀମିତ ଥିଲା । ଗତ ଆର୍ଥିିକ ବର୍ଷରେ ଏହା ସର୍ବକାଳୀନ ରେକର୍ଡ କରିଥିଲା । ମାତ୍ର ଚଳିତ ଆର୍ଥିକ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ୩ ଗୁଣ ଅଧିକ ଖଣି ରାଜସ୍ୱ ସଂଗ୍ରହ କରି ଓଡ଼ିଶା ଐତିହାସିକ ସଫଳତା ଆଣିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.