Apple ଲଞ୍ଚକଲା ସବୁଠାରୁ ଶସ୍ତା 5G IPhone, ଜାଣନ୍ତୁ କ’ଣ ରହିଛି ଫିଚର୍ସ ଓ ଦାମ୍

ଆପଲ କମ୍ପାନୀ ସବୁଠାରୁ ଶସ୍ତା ୫ଜି ଆଇଫୋନ୍ ଏସଇ ୨୦୨୨ ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଆଇଫୋନ୍ 13 ପରି, ଏହା A15 ବାୟୋନିକ୍ ଚିପ୍ ଉପରେ କାମ କରିବ। ଆପଣ ଏହାକୁ ତିନୋଟି ରଙ୍ଗରେ କିଣି ପାରିବେ। ଜବରଦସ୍ତ ବ୍ୟାଟେରୀ ଓ ୪.୭-ଇଞ୍ଚ ଡିସପ୍ଲେ ସହିତ ଆସିଥାଏ, ଆପଣଙ୍କୁ ଏଥିରେ ସମସ୍ତ ନୂଆ ଫିଚର ଦିଆଯାଉଛି। ଏଥିରେ ଆପଣ 12MP କ୍ୟାମେରା ସିଷ୍ଟମ୍ ପାଇବେ। ଏହା ସହିତ ଅନେକ ଫଟୋଗ୍ରାଫି ଷ୍ଟାଇଲିଜ ଫିଲ୍ଟର୍ ମଧ୍ୟ ମିଳିବ।

କମ୍ପାନୀ ଆଇଫୋନ୍ SE 2022 ର ମୂଲ୍ୟ ପ୍ରକାଶ କରିଛି। ଫୋନର ଗ୍ଲୋବାଲ ମୂଲ୍ୟ ୪୨୯ ଡଲାର ରହିଛି, କିନ୍ତୁ ଭାରତରେ ଏହା ପ୍ରାରମ୍ଭିକ ମୂଲ୍ୟରେ ୪୩,୯୦୦ ଟଙ୍କାରେ ବିକ୍ରି ହେବ। ଏହା ଶୁକ୍ରବାର ଠାରୁ ମାର୍ଚ୍ଚ ୧୧ ତାରିଖ ପୂର୍ବରୁ ଅର୍ଡର ହୋଇପାରିବ ଏବଂ ମାର୍ଚ୍ଚ ୧୮ ରୁ ବଜାରରେ ଉପଲବ୍ଧ ହେବ। ଏଥିରେ ଆପଣ ୬୪ ଜିବି, ୧୨୮ ଜିବି ଓ ୨୫୬ ଜିବି ଷ୍ଟୋରେଜ ଅପ୍ସନରେ କିଣି ପାରିବେ । ଏହି ହ୍ୟାଣ୍ଡସେଟ ମିଡନାଇଟ, ଷ୍ଟାରଲାଇଟ ଓ (ପ୍ରଡକ୍ଟ) ରେଡରେ ଉପଲବ୍ଧ ହେବ । ସ୍ମାଟଫୋନରେ ଗ୍ଲାସ ଓ ଆଲୁମିନିୟମ ଡିଜାଇନ ରହିବା ସହ ଏଥିରେ ୪.୭ ଇଞ୍ଚର ସ୍କ୍ରିନ ରହିଛି । ଏହା ୫ଜିକୁ ସପୋର୍ଟ କରିବ ।

ଫୋନରେ ୧୨ ଏମପିର ସିଙ୍ଗଲ ରିୟର କ୍ୟାମେରା ରହିବା ସହ ଏହା ଡିଭାଇସ ଆଇଓଏସ ୧୫ରେ କାମ କରିବ । ଆଇଫୋନ ଏସଇ ୨୦୨୨ରେ ଆପଣଙ୍କୁ ଚାର୍ଜର ମିଳିବ ନାହିଁ । ଏଥିରେ ୫ଜି, ୪ଜି ଭୋଲ୍ଟି, ୱାଇ-ଫାଇ ୫, ବ୍ଲୁଟୁଥ ଭି୫, ଜିପିଏସ/ ଏ-ଜିପିଏସ, ଏଏଫସି ସହିତ ଲାଇଟନିଂ ପୋର୍ଟ ମିଳିବ ।

ଆପଲ୍ ନୂତନ ଆଇପ୍ୟାଡ୍ ଏୟାର ମଧ୍ୟ ଲଞ୍ଚ କରିଛି ଯାହା M1 ଚିପ୍ ଉପରେ କାମ କରିବ ।  5G ସେବା ସହିତ ଏହି ଆଇପ୍ୟାଡରେ, ଆପଣଙ୍କୁ 12MP ଅଲ୍ଟ୍ରା-ୱାଇଡ୍ ଫ୍ରଣ୍ଟ କ୍ୟାମେରା ମଧ୍ୟ ଦିଆଯାଉଛି । ଆଇପ୍ୟାଡ୍ ଏୟାର ଆପଲ୍ ପେନ୍ସିଲ୍ ର ସପୋର୍ଟ ସହିତ ଆସିଥାଏ ଏବଂ ଏହାକୁ ବଜାରରେ ପାଞ୍ଚଟି କଲରେ ଲଞ୍ଚ କରାଯାଉଛି । ଆଇପ୍ୟାଡ୍ ଏୟାରର ମୂଲ୍ୟ ୫୯୯ ଡଲାର (ପ୍ରାୟ ୪୬,୦୬୨ ଟଙ୍କା) ରହିଛି।

 

ଆହୁରି ପଢନ୍ତୁ: ନିଜ ଫୋନରେ ନିଶ୍ଚୟ ରଖନ୍ତୁ ଏହି ସରକାରୀ ଆପ୍‌, ଗୋଟିଏ ଆପରୁ ହିଁ ହୋଇଯିବ ସବୁ କାମ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.