ହାତୀ ଆକ୍ରମଣରେ ଯୁବକ ମୃତ ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ହାତୀ ଆକ୍ରମଣରେ ଯୁବକ ମୃତ ଘଟଣାରେ ମୃତକଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ମୃତକ ପରିବାରକୁ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ସ୍ଥାନୀୟ ସରପଞ୍ଚ ଭେଟି ସମବେଦନା ଜଣାଇଛନ୍ତି । ପରିବାରକୁ କିଭଳି ସରକାରୀ ସାହାଯ୍ୟ ମିଳି ପାରିବ ଏବଂ ସ୍ଥାନୀୟ ଅଞ୍ଚଳରୁ ହାତୀ ମାନଙ୍କର ଉପଦ୍ରବ କମିବ ସେଥିପାଇଁ ଜିଲ୍ଲା ବନଖଣ୍ଡ ଅଧିକାରୀ ସହ ଆଲୋଚନା କରିଛନ୍ତି ।

ଢେଙ୍କାନାଳ (କେନ୍ୟୁଜ): ହାତୀ ଆକ୍ରମଣରେ ଯୁବକ ମୃତ । ମୃତକଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଚାଉଳିଆ ଗାଁ ନିକଟରେ ଦନ୍ତାହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ବ୍ରହ୍ମାନନ୍ଦ ନାୟକ ।

ମୃତକ ପରିବାରକୁ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ସ୍ଥାନୀୟ ସରପଞ୍ଚ ଭେଟି ସମବେଦନା ଜଣାଇଛନ୍ତି । ପରିବାରକୁ କିଭଳି ସରକାରୀ ସାହାଯ୍ୟ ମିଳି ପାରିବ ଏବଂ ସ୍ଥାନୀୟ ଅଞ୍ଚଳରୁ ହାତୀ ମାନଙ୍କର ଉପଦ୍ରବ କମିବ ସେଥିପାଇଁ ଜିଲ୍ଲା ବନଖଣ୍ଡ ଅଧିକାରୀ ସହ ଆଲୋଚନା କରିଛନ୍ତି । ତୁରନ୍ତ ଏହାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମୃତ ବ୍ରହ୍ମାନନ୍ଦ ନାୟକଙ୍କ ପରିବାରକୁ ତୁରନ୍ତ ସହାୟତା ରାଶି ପ୍ରଦାନ କରିବାକୁ ମୃତକଙ୍କ ଭାଇ ଓ ଗ୍ରାମବାସୀ ଦାବି କରିଛନ୍ତି ।

ଧାନବିଲକୁ ଯାଉଥିବା ବେଳେ ବ୍ରହ୍ମାନନ୍ଦଙ୍କୁ ଆକ୍ରମଣ କରିଥିଲା ଦନ୍ତା । ଘଟଣାର ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । କିଛି ଦିନ ହେବ ଆଖପାଖ ଅଞ୍ଚଳରେ ହାତୀଟି ଘୁରି ବୁଲୁଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ତୁରନ୍ତ ନରହନ୍ତା ହାତୀକୁ ଘଉଡାଇବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.