ଆଜି ସ୍ବାଭାବିକ ରହିବ ବସ୍ ଓ ଟ୍ରକ ଚଳାଚଳ, ବନ୍ଦକୁ ସମର୍ଥନ କରୁନାହାନ୍ତି ଘରୋଇ ମାଲିକ ସଂଘ

ପରିବହନ ଶ୍ରମିକ ସଂଘର ବନ୍ଦ ଡାକରାକୁ ବିରୋଧ କରିଛି ରାଜ୍ୟ ଘରୋଇ ବସ୍ ଓ ଟ୍ରକ ମାଲିକ ସଂଘ । ବନ୍ଦକୁ ସମର୍ଥନ କରୁନାହାନ୍ତି ଘରୋଇ ବସ୍ ଓ ଟ୍ରକ ମାଲିକ ସଂଘ ।

ଭୁବନେଶ୍ବର (କେନ୍ୟୁଜ୍‌) : ଆଜି ସ୍ବାଭାବିକ ରହିବ ବସ୍ ଓ ଟ୍ରକ ଚଳାଚଳ । ପରିବହନ ଶ୍ରମିକ ସଂଘର ବନ୍ଦ ଡାକରାକୁ ବିରୋଧ କରିଛି ରାଜ୍ୟ ଘରୋଇ ବସ୍ ଓ ଟ୍ରକ ମାଲିକ ସଂଘ । ବନ୍ଦକୁ ସମର୍ଥନ କରୁନାହାନ୍ତି ଘରୋଇ ବସ୍ ଓ ଟ୍ରକ ମାଲିକ ସଂଘ ।

ଶନିବାର ହିଟ୍ ଏଣ୍ଡ ରନ୍ ଆଇନ ବିରୋଧରେ ଓଡ଼ିଶାରେ ଚାଲିଥିବା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଫଳରେ ବସ୍ ଓ ଟ୍ରକ ଚଳାଚଳ ସ୍ବାଭାବିକ ରହିବ । ଏପେଟ ତେଲ ସରିବା ଭୟରେ ପେଟ୍ରୋଲ ଟାଙ୍କିରେ ଭିଡ଼ ଜମୁଛି ।

ରାଜ୍ୟ ସରକାରଙ୍କ ସହ ସକାରାତ୍ମକ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛି ଓଡ଼ିଶା ଡ୍ରାଇଭର ସଂଘ । ଫଳରେ ସ୍ବାଭାବିକ ହୋଇଛି ଗାଡ଼ି ଚଳାଚଳ । ରାଜ୍ୟ ସରକାରଙ୍କ ପାଖରେ ଥିବା ଦାବି ପୂରଣ ହୋଇଥିବା କହିଛି ଡ୍ରାଇଭର ମହାସଂଘ । ଡ୍ରାଇଭର ଏକତା ମଞ୍ଚ ସହ ଆଲୋଚନା କରିଥିଲେ ପରିବହନ କମିଶନର ଅମିତାଭ ଠାକୁର । ରାଜ୍ୟରେ ୩ ଦିନ ହେବ ରାଜ୍ୟରେ ଆନ୍ଦୋଳନକୁ ଓହ୍ଲାଇଥିଲେ ଡ୍ରାଇଭର । ଫଳରେ ବିଭିନ୍ନ ସ୍ଥାନରେ ବନ୍ଦ ରହିଥିଲା ଟ୍ରକ୍ ଓ ବସ୍ ଚଳାଚଳ ।  ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.