Below header

ହୀରାକୁଦରେ ପକ୍ଷୀଗଣନା, ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ଗଣନା

ହୀରାକୁଦ ଓ୍ବାଇଲ୍ଡ ଲାଇଫ ଡିଭିଜନ ପକ୍ଷରୁ ସମ୍ବଲପୁର, ଝାରସୁଗୁଡା ଓ ଛତିଶଗଡ ସଂଲଗ୍ନ ଜଳଭଣ୍ତାରରେ ପକ୍ଷୀ ଗଣନା କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ଗଣନା କାର୍ଯ୍ୟ । ଏଥିପାଇଁ ୨୧ ଟି ସେକ୍ଟର ଗଠନ କରାଯାଇଛି ।

ସମ୍ବଲପୁର (କେନ୍ୟୁଜ୍‌) : ହୀରାକୁଦ ଜଳଭଣ୍ତାରରେ ପକ୍ଷୀଗଣନା । ହୀରାକୁଦ ଓ୍ବାଇଲ୍ଡ ଲାଇଫ ଡିଭିଜନ ପକ୍ଷରୁ ସମ୍ବଲପୁର, ଝାରସୁଗୁଡା ଓ ଛତିଶଗଡ ସଂଲଗ୍ନ ଜଳଭଣ୍ତାରରେ ପକ୍ଷୀ ଗଣନା କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ଗଣନା କାର୍ଯ୍ୟ । ଏଥିପାଇଁ ୨୧ ଟି ସେକ୍ଟର ଗଠନ କରାଯାଇଛି । ୩୦ ଜଣ ବନ ଅଧିକାରୀ, ପକ୍ଷୀ ବିଶେଷଜ୍ଞ ଓ ଗଣନାକାରୀ ସାମିଲ ହେବା ସହ ୭୮ ଜଣ ଅଂଶ ଗ୍ରହଣ କରିଛନ୍ତି ।

ଗଣନା ପାଇଁ ଟିମ ସଦସ୍ୟ ବାଇନାକୁଲାର ଓ ଲାଇଫ ଜାକେଟ ବ୍ୟବହାର କରିଛନ୍ତି । ସମ୍ବଲପୁର, ବରଗଡ ଓ ଝାରସୁଗୁଡା ଜିଲ୍ଲାର ୩୨ ଟି ମତ୍ସ୍ୟଜୀବୀ ଡଙ୍ଗା ସାମିଲ ହୋଇଛନ୍ତି । ପକ୍ଷୀ ବସା ଉପରେ ଅଭିଜ୍ଞ ଥିବା ମତ୍ସ୍ୟଜୀବୀ ଗଣନାରେ ସାମିଲ ଅଛନ୍ତି । ଗତବର୍ଷ ୧୦୮ ପ୍ରଜାତିର ୩ ଲକ୍ଷ ୧୬ ହଜ଼ାର ବିଦେଶୀ ପକ୍ଷୀ ଆସିଥିବା ନେଇ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.