Below header

ମାସିକିଆ ରିପୋର୍ଟ : ପ୍ରତି ମାସ ୭ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବେ ସମସ୍ତ ବିଭାଗ ମନ୍ତ୍ରୀ

ଏଣିକି ପ୍ରତି ମାସ ୭ ତାରିଖ ସୁଦ୍ଧା ମନ୍ତ୍ରୀମାନେ ବିଭାଗ କାମ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବେ । ଦଳୀୟ ଇସ୍ତାହାରର ପ୍ରସ୍ତାବଗୁଡ଼ିକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଭାବରେ କାର୍ଯ୍ୟକାରୀ କରିବା ଦିଗରେ କଣ ପଦକ୍ଷେପ ନେଇଛନ୍ତି ସେ ସଂପର୍କରେ ଅବଗତ କରାଇବେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଗତ ମେ ୨୯ ତାରିଖରେ ନୂଆ ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକ ବସିଥିଲା । ଏଥିରେ ବିଜେଡିର ଇସ୍ତାହାରର ପ୍ରସ୍ତାବଗୁଡ଼ିକୁ ପ୍ରମୁଖ କାର୍ଯ୍ୟକ୍ରମ ଭାବରେ ଗ୍ରହଣ କରାଯିବା ସହ ୨୦୨୦ ମେ ୨୯ ମଧ୍ୟରେ ସରକାର ଦେଇଥିବା ପ୍ରତିଶ୍ରୁତି ସଂପର୍କରେ ରୂପାୟନ ସଂପର୍କରେ ଜଣାଇବୁ ବେଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଥ୍ରୀଟି- ଟିମ ୱର୍କ,ଟ୍ରାନଫରେନସି ଓ ଟେକ୍ନୋଲୋଜି ସହ ଟ୍ରାନଫର୍ମେସନ ପାଇଁ ପଞ୍ଚମ ପରିମାପକ ଟାଇମକୁ ଅନ୍ତର୍ଭୁକ୍ତ କରିବାକୁ ଗୁରୁତ୍ୱ ଆରୋପ କରିଥିଲେ । ଗତିଶୀଳ ପ୍ରଶାସନିକ ମଡେଲ ସହ ସଶକ୍ତ ଓଡ଼ିଶା ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ । ଏ ଦିଗରେ ମନ୍ତ୍ରୀମାନେ ସେମାନଙ୍କର ବିଭାଗର ପ୍ରାଥମିକତା କ୍ଷେତ୍ର ଉପରେ ତ୍ୱରିତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.