ରାଜ୍ୟ ପୁଣି ରାଜଧାନୀରେ ହକି କ୍ରେଜ୍ : କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଏଫଆଇ୍ଏଚ୍ ହକି ପୁରୁଷ ସିରିଜ୍ ଫାଇନାଲ୍ସ

ଭୁବନେଶ୍ୱରକୁ ଫେରିଛି ହକି । ଆସନ୍ତା ଗୁରୁବାରଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଏଫଆଇ୍ଏଚ୍ ହକି ପୁରୁଷ ସିରିଜ୍ ଫାଇନାଲ୍ସ। ଭାଗ ନେଉଛନ୍ତି ୮ଟି ଦେଶର ଟିମ୍। ସବୁ ଟିମ୍ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି। ଏହି ସିରିଜରେ ପ୍ରଥମ ଦୁଇଟି ସ୍ଥାନ ଅଧିକାର କରିଥିବା ଦଳ ୨୦୨୦ ଟୋକିଓ ଅଲମ୍ପିକ୍ସରେ ସ୍ଥାନ ପାଇବେ। ଏଥିପାଇଁ ସମସ୍ତ ଦଳ ଜୋରଦାର ଅଭ୍ୟାସ କରିଛନ୍ତି। ଘରୋଇ ପରିବେଶରେ ଶ୍ରେଷ୍ଠ ପ୍ରଦର୍ଶନ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ। ବିଶ୍ୱ ହକି ର‍୍ୟାକିଂରେ ଭାରତର ସ୍ଥାନ ୫ ନମ୍ବର। ଦ୍ୱିତୀୟ ଶକ୍ତିଶାଳୀ ଦଳ ଭାବେ ଦକ୍ଷିଣ ଆଫ୍ରିକା ସ୍ଥାନ ପାଇଛି।

ଟୁର୍ଣ୍ଣାମେଣ୍ଟରେ ସବୁ ଦଳ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି । ସେପଟେ ହକି ସିରିଜ ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିଶନରେଟ ପୋଲିସ। ଏଥିପାଇଁ ମୁତୟନ ହେବେ ୧୬ ପ୍ଳାଟୁନ୍ ଫୋର୍ସ । ସୁରକ୍ଷା ଦାୟିତ୍ୱରେ ରହିବେ ୭୫ ଜଣ ବରିଷ୍ଠ ପୋଲିସ ଅଧିକାରୀ। ଷ୍ଟାଡିୟମ ଭିତର ଓ ବାହାରେ ୬୦ଟି ସିସିଟିଭି ଲାଗିଛି। ପ୍ରତି ଟିମ୍ ରହୁଥିବା ହୋଟେଲରେ ବି ସୁରକ୍ଷା କଡ଼ାକଡ଼ି। ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ପୋଲିସ କମିଶନର ।
ଅର୍ଥ ବିଭାଗ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.