ଦକ୍ଷିଣ ଆଫ୍ରିକାକୁ ବଡ ଝଟକା, ବିଶ୍ଵକପରୁ ବାଦ୍ ପଡିଲେ ଡେଲ୍ ଷ୍ଟେନ୍

ଦକ୍ଷିଣ ଆଫ୍ରିକାକୁ ଲାଗିଛି ଝଟକା। ଲଗାତାର ଦୁଇଟି ମ୍ୟାଚ ହାରିବା ପରେ ଦଳର ବିଶିଷ୍ଟ ଦ୍ରୁତ ବୋଲର ଡେଲ ଷ୍ଟେନ୍ ସମ୍ପୂର୍ଣ୍ଣ ବିଶ୍ଵକପରୁ ବାଦ୍ ପଡ଼ିଛନ୍ତି। ଭାରତ ବିପକ୍ଷ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଡେଲ୍ ଷ୍ଟେନଙ୍କ କାନ୍ଧରେ ଆଘାତ ଲାଗିବା କାରଣରୁ ସେ ବିଶ୍ଵକପରେ ଖେଳିବେ ନାହିଁ।

ଡେଲ୍ ଷ୍ଟେନ୍ ଆହତ କାରଣରୁ ଦଳରୁ ବାଦ୍ ପଡ଼ିବା ପରେ ଦଳ ତାଙ୍କ ସ୍ଥାନରେ ବ୍ୟୁରୋନ ହେନରିକ୍ସଙ୍କୁ ରଖାଯାଇଛି। ହେନରିକ୍ସ ହେଉଛନ୍ତି ବାମହାତୀ ବୋଲର। ବିଶ୍ୱକପ ପୂର୍ବରୁ ଷ୍ଟେନ୍ ଆହତ ଥିଲେ କିନ୍ତୁ ତାଙ୍କୁ ପରେ ଫିଟ ଘୋଷଣା କରାଯାଇଥିଲା।

ପୂର୍ବ ମ୍ୟାଚରେ ଏନଗିଡି ଆହତ ହେବା ସହିତ ମ୍ୟାଚରୁ ବାଦ୍ ପଡିଥିଲେ। ଏହା ସହିତ ହେନରିକ୍ସଙ୍କୁ ଦଳରେ ସାମିଲ କରିବା ପାଇଁ ଆଇସିସି ମଞ୍ଜୁରୀ ପ୍ରଦାନ କରିଛି।

Leave A Reply

Your email address will not be published.