Below header

ଧାମରା-ଭଦ୍ରକ ରେଳପଥର ମାଣିକପୁର ରେଳଧାରଣା ନିକଟରୁ ନାବାଳକର ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ଚାନ୍ଦବାଲି: ଧାମରା-ଭଦ୍ରକ ରେଳପଥର ମାଣିକପୁର ରେଳଧାରଣା ନିକଟରୁ ଜଣେ ନାବାଳକର ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ନାବାଳକର ଜଣକ ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ପଂଚାୟତର ଗାରୋଡପୋଖରୀ ଗାଁର ଧନେଶ୍ୱର ମାହୁନ୍ତଙ୍କ ପୁଅ ବୋଲି ଜଣାପଡିଛି । ମୃତ ନାବାଳକ ୧୦ମ ଶ୍ରେଣୀରେ ପାଠ ପଢୁଥୁଲା । ତେବେ ସୂଚନା ମୁତାବକ ଗତକାଲି ରାତିରେ ଧନେଶ୍ୱରଙ୍କ ପୁଅ ଟିୟୁସନ ହେବାକୁ ଆସିଥିଲା ହେଲେ ଆଉ ଘରକୁ ଫେରିନଥିଲା ।

ତେବେ ଆଜି ସକାଳେ ମାଣିକପୁର ରେଳଧାରଣା ନିକଟରୁ ନାବାଳକର ଖଣ୍ଡ ବିଖଣ୍ଡିତ ମୃତ ଦେହ ପଡିଥିବାର ଲୋକେ ଦେଖିବାକୁ ପାଇଥିଲେ । ପରେ ଘଣ୍ଟେଶ୍ୱର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଚି ଶବକୁ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ଅନ୍ୟପଟେ ଘରୁ ରାଗି ଆସି ନାବାଳକ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଥିବା ବେଳେ, ଏହା ଏକ ହତ୍ୟା ବୋଲି ଶୁଣିବାକୁ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.