ଏବେ ଘରୁ ସାମାନ ନେଇ ଷ୍ଟେସନରେ ପହଞ୍ଚାଇବ ରେଲଓ୍ବେ, ଏମିତି ମିଳିବ ଯାତ୍ରୀଙ୍କୁ ସୁବିଧା

ରେଳଯାତ୍ରା କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର। ଏବେ ଟ୍ରେନରେ ଗଲାବେଳେ ନିଜର ସାମାନ ପାଇଁ ଟେନସନ ଶେଷ କରିବାକୁ ଯାଉଛି। ଟ୍ରେନ ଯାତ୍ରା ସମୟରେ ଏବେ ଆଉ ଜିନିଷପତ୍ର ଧରି ରେଳ ଷ୍ଟେସନ ଯିବାକୁ ପଡ଼ିବ ନାହିଁ। ଏଣିକି ରେଲଓ୍ବେ ଘରୁ ଜିନିଷପତ୍ର ନେଇ ଷ୍ଟେସନରେ ପହଞ୍ଚାଇବ। ଦୀପାବଳି ପୂର୍ବରୁ ରେଲଓ୍ବେ ‘ବ୍ୟାଗ ଅନ ହ୍ବିଲ ସେବା’ (ବିଓଡବ୍ଲୁ ଆପ) ଆରମ୍ଭ ହେବାକୁ ଯାଉଛି। ଏହି ସେବା ଅନ୍ତର୍ଗତ ରେଲଓ୍ବେକୁ ଜିନିଷ ପଠାଇବା ପାଇଁ ଆପରେ ବୁକିଂ କରିବାକୁ ହେବ। ଏହା ସହ ଘରୁ ଜିନିଷ ନେଇ ବଗିରେ ପହଞ୍ଚାଇବା କାମ ରେଲଓ୍ବେ କରିବ।

ପ୍ରାରମ୍ଭିକ ଭାବେ ଏହି ସୁବିଧା ଦିଲ୍ଲୀ-ଏନସିଆରର ସାତଟି ଷ୍ଟେସନର ଉପଲବ୍ଧ ହେବ। ଯାତ୍ରୀଙ୍କ ଘରୁ, ଅଫିସ ଆଦି ସ୍ଥାନରୁ କୋଚ ପର୍ଯ୍ୟନ୍ତ ଜିନିଷ ନେବା ଓ ପହଞ୍ଚାଇବାର ସୁବ୍ୟବସ୍ଥା କରାଯାଉଛି। ଏହି ଆପର ବ୍ୟବହାର ଆଣ୍ଡ୍ରଏଡ ଓ ଆଇଫୋନ ବ୍ୟବହାରକାରୀ କରିପାରିବେ। ଏହି ସେବା ନୂଆଦିଲ୍ଲୀର ରେଲଓ୍ବେ ଷ୍ଟେସନ, ଦିଲ୍ଲୀ ଜଙ୍କସନ, ହଜରତ ନିଜାମୁଦ୍ଦିନ ରେଲଓ୍ବେ ଷ୍ଟେସନ, ଦିଲ୍ଲୀ ଛାବନୀ ରେଲଓ୍ବେ ଷ୍ଟେସନ, ଦିଲ୍ଲୀ ସରାୟ ସୋହିଲ୍ଲା ରେଲଓ୍ବେ ଷ୍ଟେସନ, ଗାଜିଆବାଦ୍‌ ରେଲଓ୍ବେ ଷ୍ଟେସନ ଏବଂ ଗୁରୁଗ୍ରାମ ରେଲଓ୍ବେ ଷ୍ଟେସନରେ ଉପଲବ୍ଧ ହେବ।

railway 1

ରେଳଯାତ୍ରୀ ନିଜ ଜିନିଷକୁ ଘରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ଅଥବା ରେଲଓ୍ବେରୁ ଘର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଆପରେ ଆବେଦନ କରିପାରିବେ। ଏ ପାଇଁ ଉଚିତ ମୂଲ୍ୟ ମଧ୍ୟ ଯାତ୍ରୀଙ୍କ ଠାରୁ ନିଆଯିବ। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଏକୁଟିଆ ଯାତ୍ରୀ କରୁଥିବା ମହିଳା ଯାତ୍ରୀ ଏ ସୁବିଧାର ଅଧିକ ଲାଭ ଉଠାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.