Below header

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଚାଲିଛି ମହାଷ୍ଟମୀ ପୂଜା, ବିଳମ୍ବିତ ରାତିରେ ହେବ ମାଙ୍କ ସନ୍ଧିପୂଜା

ଯାଜପୁର ଟାଉନ : ପବିତ୍ର ନବରାତ୍ରୀ ଅବସରରେ ଚଳଚଞ୍ଚଳ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ । ଚଳିତ ବର୍ଷ କୋରୋନା ଜନିତ କଟକଣା ପାଇଁ ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦୀର ଭିତରକୁ ଯିବା ପାଇଁ ବାରଣ ରହିଥିବାରୁ ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ରଦ୍ଧାଳୁ ମନ୍ଦୀର ବାହାରୁ ମୁଣ୍ଡିଆ ମାରି ଆତ୍ମତୃପ୍ତି ଲାଭ କରୁଛନ୍ତି । ଆଜି ମାଙ୍କ ପୀଠରେ ମହାଷ୍ଟମୀ ପୂଜା ଚାଲିଛି । ସକାଳୁ ବୈତରଣୀ ନଦୀରୁ ପବିତ୍ର ଜଳ ଆସିବା ପରେ ମାଙ୍କ ମହାସ୍ନାନ କରାଯାଇଥିଲା । ପ୍ରତ୍ୟେହରୁ ଷୋଡଶ ଉପଚାର ରେ ପୂଜା ଚାଲିଛି ।

biraja maaନବରାତ୍ରୀ ପୂଜା ପାଇଁ ମାଙ୍କ ମନ୍ଦୀରକୁ ସୁନ୍ଦର ଆଲୋକ ମାଳାରେ ସୁଜ୍ଜିତ କରାଯାଇଛି । ଚଳିତ ବର୍ଷ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କୋଭିଡ ନିୟମ ମାନି ପ୍ରତିଦିନ ସଂଧ୍ୟାରେ ମାଙ୍କ ରଥ ମନ୍ଦୀର ପରିକ୍ରମା କରୁଛି। ଆସନ୍ତାକାଲି ରଥଯାତ୍ରାର ପରିସମାପ୍ତି ହେବ। ଆଜି ବିଳମ୍ବିତ ରାତ୍ରିରେ ଅନୁଷ୍ଠିତ ହେବ ମାଙ୍କ ସନ୍ଧିପୂଜା ।

biraja templeମନ୍ଦୀର ପରିସରରେ ଚାଲିଥିବା ଯଜ୍ଞର ଆଜି ପୂର୍ଣ୍ଣାହୁତି ଦିଆଯିବାର କାର୍ଯ୍ଯକ୍ରମ ରହିଛି । ମାଙ୍କ ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ମନ୍ଦୀର ପ୍ରଶାସନ ପକ୍ଷରୁ ବ୍ଯାପକ ବନ୍ଦୋବସ୍ତ କରାଯାଇଛି । ମାଙ୍କ ପୀଠରେ ଚାଲିଥିବା ଷୋଡଶ ଉପଚାର ଆଜି ଶେଷ ହେବ । ଆସନ୍ତାକାଲି ମହାନବମୀରେ ମା ମହାମାରୀ ମନ୍ତ୍ରରେ ପୂଜା ପାଇବେ ମା । ରବିବାର ଦିନ ମାଙ୍କ ପୀଠରେ ପବିତ୍ର ଦଶହରା ପର୍ବ ଅନୁଷ୍ଠିତ ହେବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.