ଆଜି ଚେନ୍ନାଇ ପାଇଁ ଶେଷ ସୁଯୋଗ, କ’ଣ ଋଣକୌଶଳ ଆପଣାଇବେ ଧୋନୀ ?

ଆଇପିଏଲ୍‌ ୧୩ ସିଜିନରେ ଆଜି ଅନୁଷ୍ଠିତ ହେବ ୪୧ତମ ମ୍ୟାଚ। ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ ପରସ୍ପରକୁ ଭେଟିବେ। ଚଳିତ ଆଇପିଏଲ୍‌ରେ ଚେନ୍ନାଇର ପ୍ରଦର୍ଶନ ବହୁତ ଖରାପ ରହିଛି। ଆଜି ଗତ ଚାମ୍ପିଅନ ସହିତ ମୁମ୍ବାଇ ଇଣ୍ଡିଆନ୍ସ ବିରୋଧରେ ଆଜି ମ୍ୟାଚ ଜିତିବା ପାଇଁ ଧୋନୀ କ’ଣ ଋଣକୌଶଳ ଆପଣାଇବେ ତାହା ଦେଖିବାକୁ ରହିଲା।

ଏହି ମ୍ୟାଚରେ ଦୁଇ ପଏଣ୍ଟ ସହିତ ରୋହିତ ଶର୍ମାଙ୍କ ଟିମ୍‌ ପ୍ଲେ ଅଫ ମ୍ୟାଚରେ ସ୍ଥାନ ପକ୍କା କରିବ। ସେହିପରି ସୁପର କିଙ୍ଗସ ଏପର୍ଯ୍ୟନ୍ତ ଭଲ କରିନଥିବାରୁ ଆଜର ମ୍ୟାଚରେ କିଛି କମାଲ କରିବ ବୋଲି ଚେନ୍ନାଇ ଫ୍ୟାନ ଆଶା ରଖିଛନ୍ତି।
ଆଇପିଏଲ୍‌ ରେକର୍ଡ ମୁତାବକ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ ଏପର୍ଯ୍ୟନ୍ତ ୨୯ଟି ମ୍ୟାଚ ଖେଳିସାରିଛନ୍ତି।

match

ଯେଉଁଥିରୁ ୧୭ଟି ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଜିତିଥିବା ବେଳେ ୧୨ଟି ମ୍ୟାଚ ଚେନ୍ନାଇ ଜିତିଛି। ଧୋନୀ ଟିମ୍‌ ରାଜସ୍ଥାନ ରୟାଲ୍ସ ଠାରୁ ହାରିବା ପରେ ଟିମ୍‌ର ମନୋବଳ ହାରି ଯାଇଛି। ଏବେ ଚେନ୍ନାଇ ଦଳରୁ ଡିେଓ୍ଵନ ବ୍ରାଭୋ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସ ଦଳ: ରୋହିତ ଶର୍ମା, ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂହ, ଅନକୂଳ ରାୟ, କ୍ରିସ ଲିନ, ଧବଲ କୁଲକର୍ଣ୍ଣି, ହାର୍ଦ୍ଦିକ ପାଣ୍ଡ୍ୟା, ଈଶାନ କିଶନ, ଜେମ୍ସ ପେଟିସନ, ଜସପ୍ରୀତ ବୁମରା, ଜୟନ ଯାଦବ, ଟ୍ରେଣ୍ଟ ବୋଲ୍ଟ, କୁନାଲ ପାଣ୍ଡ୍ୟା।

ଚେନ୍ନାଇ ସୁପରକିଙ୍ଗସ ଦଳ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ମୁରଲୀ ବିଜୟ, ଫାଫ୍ ଡୁ’ ପ୍ଲେସିସ୍, ସେନ୍ ୱାଟସନ୍, କେଦାର ଯାଦବ, ରବୀନ୍ଦ୍ର ଜାଦେଜା, ଲୁଙ୍ଗି ଏନ୍ଗିଡ଼ି, ଦୀପକ ଚହର, ପୀୟୂଷ ଚାୱଲା, ଋତୁରାଜ ଗାଏକ୍ବାଡ୍, ସାମ୍ କରନ, ଜୋସ୍ ହାଜେଲଉଡ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.