Below header

WhatsApp ଆଣିଲା ନୂଆ ବଢ଼ିଆ ଫିଚର, ଏଣିକି ଚାଟକୁ କରିପାରିବେ ବାୟୋମେଟ୍ରିକ ଲକ୍‌

WhatsAppରେ ବହୁତ ଜଲଦି ଢ଼େର ସାରା ନୂଆ ଫିଚର୍ସ ଆସିବାକୁ ଯାଉଛି। ମ୍ୟାସେଜିଙ୍ଗ ଆପ୍‌ ହ୍ଵାଟସଅପ ଯେଉଁ ନୂଆ ଫିଚର୍ସ ଉପରେ କାମ କରୁଛି ତାହା ଆପଣଙ୍କ ପାଇଁ ଏକଦମ ବେଷ୍ଟ ହେବ। ଏହି ଆପ୍‌ ଦ୍ୱାରା ଏବେ ଆପଣ ଜାଣିପାରିବେ ଯେ କାହାର ମିସଡକଲ୍‌ ଆସିଛି। ଏହାବ୍ୟତୀତ ଯଦି ଆପଣଙ୍କ ଫୋନ ଫିଙ୍ଗରପ୍ରିଣ୍ଟ ଏବଂ ଫେସ ଅନଲକ ସପୋର୍ଟ କରେ ତାହେଲେ ଆପଣ ଚାଟକୁ ବି ଲକ୍‌ କରିପାରିବେ।

ଏକ ରିପୋର୍ଟ ଅନୁଯାୟୀ ଯଦି ଆପଣ କୌଣସି କଲକୁ ମିସ୍‌ କରିଦେଇଛନ୍ତି, ଉଠାଇପାରିନାହାଁନ୍ତି ତାହେଲେ ଆପଣଙ୍କୁ ଏହା ଅପସନ ଦେଖାଇବ ଯେ ଆପଣ ଏହାକୁ ପୁର୍ନବାର ଜଏନ କରିପାରିବେ।

କଣ ଏହି ଫିଚର ଜାଣନ୍ତୁ

whatsappହ୍ଵାଟସଅପର ନୂଆ କଲ୍‌ ଫିଚର ବିଷୟରେ କହିବା ତ ଯଦି କିଏ ଆପଣଙ୍କୁ କଲ୍‌ କରିଥାନ୍ତି, କିନ୍ତୁ କୌଣସି କାରଣରୁ ଆପଣ ଉଠାଇ ପାରିନାହାଁନ୍ତି ମିସ୍‌ ହୋଇଯାଇଛି, ତାହେଲେ ଆପଣ ଏହାକୁ ପରେ ଜଏନ କରିପାରିବେ। ସେହିପରି ଏବେ ଆପଣଙ୍କୁ ଚାଟ ପାଇଁ ବାୟୋମେଟ୍ରିକ ଲକର ସୁବିଧା ମିଳିବାକୁ ଯାଉଛି। ଏହି ଫିଚରର ସୁବିଧା ଅନୁଯାୟୀ ଏବେ ଆପଣ ନିଜ ଚାଟସକୁ ଫିଙ୍ଗରପ୍ରିଣ୍ଟ କିମ୍ବା ଫେସ ଅନଲକ ଦ୍ୱାରା ଲକ୍‌ କରିପାରିବେ।

ଯଦି ଆପଣଙ୍କର ଆଣ୍ଡ୍ରଏଡ ଡିଭାଇସରେ ଫିଙ୍ଗରପ୍ରିଣ୍ଟ ସେନସର ନାହିଁ ଏବଂ କେବଳ ଫେସ ଅନଲକ ସିଷ୍ଟମ ରହିଛି ତାହେଲେ ହ୍ଵାଟ୍ସଅପ ସେତେବେଳେ ଏହି ଫିଚରକୁ ସପୋର୍ଟ କରିବ। ଯେତେବେଳେ ଏହା ଠିକ ଭାବରେ କାମ କରିବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହାପୂର୍ବରୁ ହ୍ଵାଟସଅପ ନିଜର ଡେସ୍କଟପ୍‌ ୟୁଜର୍ସଙ୍କ ପାଇଁ ଭିଡିଓ ଏବଂ ଭଏସ କଲ୍‌ ଦେବା ପାଇଁ ଘୋଷଣା କରିସାରିଛି। ହ୍ଵାଟସଅପର ଏହି ଫିଚରରେ ଆପଣଙ୍କୁ ଯେମିତି ହିଁ କଲ୍‌ ଆସିବ ଆପଣଙ୍କ ପାଖରେ ଏକ ପପଅପ୍‌ ଓ୍ଵିଣ୍ଡୋ ଦେଖାଯିବ ଏଥିରେ ଆପଣଙ୍କ ପାଖରେ କଲ୍‌ ଉଠିବ ଏବଂ କଲ୍‌ କାଟିବାର ଅପସନ୍‌ ଦେଖାଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.