Below header

ଚପଳ ବୟସରେ ସେଲ୍ଫି ବିକଳ, ଟ୍ରେନ ଉପରେ ସେଲଫି ନେବା ବେଳେ ବିଦ୍ୟୁତ ସଂସ୍ପର୍ଷରେ ଆସି ନବମ ଶ୍ରେଣୀ ଛାତ୍ର ସହ ଜଳିଗଲା ବଗି

ଗଜପତି(କେନ୍ୟୁଜ୍):ସେଲଫି ହେଲା କାଳ। ପାରଳାଖେମୁଣ୍ଡି ରେଳ ଷ୍ଟେସନ ନିକଟରେ ସ୍ବତନ୍ତ୍ର କୋଭିଡ଼ ଟ୍ରେନ ଉପରେ  ଚଢି ଫଟୋ ଉଠାଇବା ବେଳେ ବିଦ୍ୟୁତ ସଂସ୍ପର୍ଷରେ ଆସି ନବମ ଶ୍ରେଣୀ ବାଳକ ଜୀବନ୍ତ ଦଗ୍ଧ।

ମିଳିଥିବା ସୂଚନା ମୁତାବକ ପାରଳାଖେମୁଣ୍ଡି ରେଳଷ୍ଟେସନ ନିକଟରେ ରହିଥିବା କୋଭିଡ଼ ସ୍ପେଷାଲ  ଟ୍ରେନ ଉପରେ ସୁରିୟା କୁମାର ନାମକ ଜଣେ ନବମ ଶ୍ରେଣୀର ବାଳକ ଚଢିଯାଇଥିଲା। ଉପରେ ଚଢି ଫଟୋ ଉଠାଇବା ବେଳେ ହଠାତ୍ ଟ୍ରେନର ବିଦ୍ୟୁତ୍ ସଂସ୍ପର୍ଷରେ ଆସି ଜଳିଯାଇଥିଲେ। ଘଟଣା  ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ବାଳକ ଜଣକ ସମ୍ପର୍ଣ୍ଣ ଦଗ୍ଧ ହୋଇଯାଇଛନ୍ତି। ବାଳକ ଦେହରେ ନିଆଁ ଲାଗିବା ପରେ ଟ୍ରେନ ବଗିରେ ମଧ୍ୟ ନିଆଁ ଲାଗି ଯାଇଥିଲା।  ଯାହାକୁ ଲିଭାଇବାକୁ ଅଗ୍ନିଶମ ଟିମ୍ ପୁରା ଦମ୍ ଲାଗାଇଦେଇଛି। ଖବର ଲୋଖା ହେବା ବେଳକୁ ନିଆଁକୁ ଆୟତ୍ତ କରାଯାଇନଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଶୋକର ଛାୟା ଖେଳିଯାଇଛି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.