ନିତା ଅମ୍ବାନୀଙ୍କ ଏହି ଆଲିଶାନ ପ୍ରାଇଭେଟ ଜେଟ ଆଗରେ ଫେଲ ମାରିଯିବ ଫାଇଭ ଷ୍ଟାର ହୋଟେଲ

ଭାରତର ସବୁଠୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପତ୍ନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକାଣି ନିତା ଅମ୍ବାନୀ ନିଜ ଲକଜରିଅସ ଜୀବନଶୈଳୀ ପାଇଁ ଜଣାଯାନ୍ତି । ସେ ନିଜେ ମଧ୍ୟ ଜଣେ ପାୱାରଫୁଲ ବିଜନେସ ବୋମେନ ଯାହାଙ୍କ ମହଙ୍ଗା ସଉକକୁ ନେଇ ପ୍ରାୟ ଅଧିକାଂଶ ସମୟରେ ଚର୍ଚ୍ଚା ଜୋର ଧରିଥାଏ ଆଜି ଆମେ ଆପଣଙ୍କୁ ନୀତାଙ୍କ ପ୍ରାଇଭେଟ ଜେଟର କିଛି ଫଟୋ ଦେଖେଇବାକୁ ଯାଉଛୁ ଯାହା ତାଙ୍କ ସ୍ୱାମୀ ମୁକେଶ ତାଙ୍କୁ ଜନ୍ମଦିନରେ ଉପହାର ଆକାରରେ ଦେଇଥିଲେ ଯାହାର ମୂଲ୍ୟ ପାଖାପାଖି ୨୩୦ କୋଟି ଟଙ୍କା ହେବ କଷ୍ଟମ ଫିଟେଡ଼ ଏୟାରବେଶ-319 ନାମକ ଏହି ଲଗଜରୀ ପ୍ରାଇଭେଟ ଜେଟ ମୁକେଶ ତାଙ୍କୁ ୪୪ ତମ ଜନ୍ମଦିନରେ ଦେଇଥିବା ଜଣାଯାଇଛି ଏହି ଜେଟରେ ଏକା ସାଥିରେ ୧୦ ରୁ ୧୨ ଜଣ ଯାତ୍ରା କରିବା ବ୍ୟବସ୍ଥା ରହିଛି

jet  ଆଉ ସବୁଠୁ ଆଶ୍ଚର୍ଯ୍ୟ କର କଥା ହେଉଛି ମୁକେଶ ବୋଇଙ୍ଗ ବ୍ୟବସାୟ କରୁଥିବା ବେଳେ ନିତା କିନ୍ତୁ ପ୍ରାଇଭେଟ ଜେଟରେ ଯାତ୍ରା କରିବାରେ ରୁଚି ରଖନ୍ତି ।ଆଉ ଏହାର ଭିତର ଦୃଶ୍ୟ ବି ବେଶ ଆକର୍ଷଣୀୟ କୌଣସି ଫାଇବ ଷ୍ଟାର କିମ୍ବା ସେଭେନ ଷ୍ଟାର ହୋଟେଲ ଠାରୁ କମ ନୁହେଁ ଏହାକୁ ମୁକେଶ ନୀତାଙ୍କ ପସନ୍ଦ ଅନୁସାରେ କଷ୍ଟମସାଇଜ ବା ତିଆରି କରିଥିଲେ ଏମିତିକି ଏହା ଭିତରେ ଏକ ସ୍ୱତନ୍ତ୍ର ଡ଼ାଇନିଙ୍ଗ ହଲ ବି ଅଛିଆଉ ମନ ଶାନ୍ତ କରିବା ପାଇଁ ଏକ ସ୍କାଇ ବାରର ସୁବିଧା ବି ରହିଛି ମନୋରଞ୍ଜନ କରିବା ପାଇଁ ଗେମିଙ୍ଗ, ମ୍ୟୁଜିକ ସିଷ୍ଟମ, ସେଟେ ଲାଇଟ ଟେଲିଭିଜନ, ୱେୟାରଲେସ କମ୍ୟୁନିକେସନ ପରି ସୁବିଧା ବି ରହିଛି ଏହା ସହ ଏକ ମାଷ୍ଟର ଆଟାଚ ବାଥରୁମ ସହ ମାଷ୍ଟର ବେଡ୍ରୁମ ବି ରହିଛି