Below header

ବୌଦ୍ଧ: ଘର ଛାତ ଉପରେ ଖେଳୁଥିବା ବେଳେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ନାବାଳକ! ଗୁରୁତର ଅବସ୍ଥାରେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ବୌଦ୍ଧ: ୧୧ କେଭି ବିଦ୍ୟୁତ୍‌ ତାର ଲାଗି ନାବାଳକ ଗୁରୁତର । ବୌଦ୍ଧ ଜିଲ୍ଲା ଗୋଛାପଡ଼ା ପଞ୍ଚାୟତ ଅନ୍ତର୍ଗତ ତ୍ରିବେଣିପୁର ଗାଁର ସମିର୍‌ ଗାଇଗରିଆ ଆହତ ହୋଇଛନ୍ତି । ଘର ଛାତ ଉପରେ ଖେଳୁଥିବା ବେଳେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଚାଲି ଆସିଥିଲେ । ସମୀରଙ୍କ ପିଠି ଅଂଶ ପୋଡି ଯୋଇଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.