Below header

ବସ୍ ଧକ୍କାରେ ନାବାଳକଙ୍କ ମୃତ୍ୟୁ ପରେ ସୁଧୁରୁଛି ସମ୍ବଲପୁର ସ୍ଥିତି, ଡ୍ରାଇଭରଙ୍କ ଗିରଫ କରି ପୋଲିସର ଛାନଭିନ

ସୁଧୁରୁଛି ସମ୍ବଲପୁର ସ୍ଥିତି। ବସ୍ ଚାପାରେ ଜଣେ ନାବାଳକଙ୍କ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ଅଶାନ୍ତ ପରିବେଶ ବର୍ତ୍ତମାନ ଶାନ୍ତ ପଡିଛି। ତେବେ ସୁରକ୍ଷା ଦୃଷ୍ଟିରୁ ସହରରେ ପୋଲିସ ମୁତୟନ କରାଯାଇଛି।

ସମ୍ବଲପୁର (କେନ୍ୟୁଜ୍‌): ସୁଧୁରୁଛି ସମ୍ବଲପୁର ସ୍ଥିତି। ବସ୍ ଚାପାରେ ଜଣେ ନାବାଳକଙ୍କ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ଅଶାନ୍ତ ପରିବେଶ ବର୍ତ୍ତମାନ ଶାନ୍ତ ପଡିଛି। ତେବେ ସୁରକ୍ଷା ଦୃଷ୍ଟିରୁ ସହରରେ ପୋଲିସ ମୁତୟନ କରାଯାଇଛି। ଆଜି ମୃତ ନାବାଳକଙ୍କ ପୋଷ୍ଟମୋର୍ଟମ କରାଯିବ।

ଗତକାଲି ଏକ ଟୁରିଷ୍ଟ ବସ ହଠାତ ନୋ ଏଣ୍ଟ୍ରି ଜୋନକୁ ପଶି ଆସି ଫେଜର କ୍ଲବ ନିକଟରେ ନାବାଳକ ସ୍କୁଟି ଚାଳକଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ନାବାଳକଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା । ସ୍ଥାନୀୟ ଲୋକେ ଟାଉନ ଥାନା ସମ୍ମୁଖ ଓ ଲକ୍ଷ୍ମୀ ଟକିଜ ନିକଟରେ ବସକୁ ପଥର ମାଡ଼ କରିବା ସହ ଭଙ୍ଗାରୁଜା କରିଥିଲେ। ପୋଲିସକୁ ଦୋଷ ଦେଇ ତାଙ୍କ ଉପରକୁ ମଧ୍ୟ ଆକ୍ରମଣ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ମୃଦୁ ଲାଠିଚାଳନା କରିଥିଲା।

ଦୁର୍ଘଟଣା ପରେ ବସ୍ ଏବଂ ଡ୍ରାଇଭରକୁ ହେପାଜତକୁ ନେଇଛି ପୋଲିସ । କିଛି ଆନ୍ଦୋଳନକାରୀଙ୍କୁ ମଧ୍ୟ ଅଟକ ରଖାଯାଇଛି। ବସଟି ମୟୂରଭଞ୍ଜରୁ ହୀରାକୁଦ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.