କଟକ : ଗତିରାଉତ ପାଟଣାରୁ ଉଦ୍ଧାର ହେଲେ ନାବାଳିକା, ୨୨ ଦିନ ଧରି ଘରେ ରଖି ଯୁବକ କରୁଥିଲେ ଦୁଷ୍କର୍ମ

ଭୁବନେଶ୍ୱର(କେନ୍ୟୁଜ୍‌) : କଟକ ଚାଉଳିଆଗଞ୍ଜ ପୋଲିସ ଗତକାଲି ରାତିରେ ଏକ ଅଭାବନୀୟ ଘଟଣାକ୍ରମେ ଜଣେ ନାବାଳିକାକୁ ଉଦ୍ଧାର କରିଛି । ୨୨ ଦିନ ଧରି ଗତିରାଉତ ପାଟଣାର ଏକ ଘରେ ଅଟକ ରଖି ଦୁଷ୍କର୍ମ କରାଯାଉଥିବା ଜଣେ ନାବାଳିକାକୁ ପୋଲିସ୍‌ ଉଦ୍ଧାର କରିଛି । ଏ ସମ୍ପର୍କରେ ଖବର ପାଇବା ପରେ ଚାଇଲ୍ଡ ଲାଇନ୍‌ ପକ୍ଷରୁ ଆଜି ଚାଉଳିଆଗଞ୍ଜ ଥାନାରେ ଏତଲା ଦିଆଯାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଅଭିଯୁକ୍ତ ଯୁବକ ଦ୍ୱୟଙ୍କ ସମ୍ପର୍କରେ କୈାଣସି ସୂଚନା ମିଳିନି ।

ସୂଚନାନୁଯାୟୀ, ତିର୍ତ୍ତୋଲ ଅଞ୍ଚଳରୁ ଜଣେ ନାବାଳିକା ଘରୁ ରାଗି କରି ଚାଲିଆସିଥିଲେ । କଟକରେ ପହଞ୍ଚିବା ପରେ ସେ ଘରକୁ ଫେରିଯିବାକୁ ଚିନ୍ତାକରି ଓଏମ୍‌ପି ଛକରେ ବସ୍‌କୁ ଅପେକ୍ଷା କରିଥିଲେ । ଏହି ସମୟରେ ସନ୍ତୋଷ କୁମାର ବେହେରା ଓରଫ ଟିକି କୈାଣସି ପ୍ରକାରେ ତାଙ୍କୁ ବୁଝାଇ ଘରେ ଛାଡିଦେବାକୁ କହିଥିଲେ ।

ps

ତାଙ୍କ ଉପରେ ଭରଷା କରି ନାବାଳିକା ତାଙ୍କ ସହ ବାଦାମବାଡି ବସ୍‌ ଷ୍ଟାଣ୍ଡକୁ ଆସିଥିଲେ । ସେଠାରେ ବସ୍‌ ନମିଳିବାରୁ ଓ ସନ୍ଧ୍ୟା ହୋଇଯାଇଥିବାରୁ ତାଙ୍କୁ ବାଇକ୍‌ରେ ଛାଡିଦେବାକୁ କହି ଗତିରାଉତପାଟଣାରେ ଥିବା ରାକା ଘରକୁ ନେଇ ଯାଇଥିଲେ ।
ସେହି ଘରେ ନାବାଳିକାଙ୍କୁ ଅଟକ ରଖି ୨୨ ଦିନ ଯାଏ ଉଭୟ ଅଭିଯୁକ୍ତ ଦୁଷ୍କର୍ମ କରିଥିଲେ ।

ଯୁବକଦ୍ୱୟ ଦୁଷ୍କର୍ମ ସମୟର ଭିଡିଓ ରେକର୍ଡ କରି ନାବାଳିକାଙ୍କୁ ବ୍ଲାକ୍‌ ମେଲ୍‌ କରୁଥିଲେ । ଯଦି ଏକଥା କାହାକୁ କହେ କିମ୍ବା ଏଠାରୁ ଖସି ଯିବାକୁ ଚେଷ୍ଟା କରେ ତେବେ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିଦେବେ ବୋଲି କହିଥିଲେ । ଏପରି କହି ଯୁବକଦ୍ୱୟ ଦୀର୍ଘ ୨୨ ଦିନ ଧରି ନାବାଳିକା ସହ ଦୁଷ୍କର୍ମ କରି ଚାଲିଥିଲେ ।

କୈାଣସି ସୂତ୍ରରୁ ଖବର ପାଇ ସୋମବାର ରାତିରେ ଚାଉଳିଆଗଞ୍ଜ ପୋଲିସ୍‌ ଉକ୍ତ ଘରୁ ନାବାଳିକାଙ୍କୁ ଉଦ୍ଧାର କରିଥିଲା । ଆଜି ଏ ଘଟଣା ସମ୍ପର୍କରେ ଖବର ପାଇବା ପରେ ଚାଇଲ୍ଡ ଲାଇନ୍‌ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଛି । ଯୁବକଦ୍ୱୟ ଫେରାର୍‌ ହୋଇ ଯାଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.