Below header

ଲଜ୍ୟା ! ସାନ ଭାଇର ସ୍କୁଲ ଫି’ ଛାଡ ପାଇଁ ବଡ ଭଉଣୀକୁ ଦୁଷ୍କର୍ମ, ସ୍କୁଲ ମାଲିକଙ୍କ ବିରୋଧରେ ଅଭିଯୋଗ

ରାଉରକେଲା (କେନ୍ୟୁଜ୍) : ସାନ ଭାଇର ସ୍କୁଲ ଫି’ ଛାଡ ପାଇଁ ବଡ ଭଉଣୀକୁ ଦୁଷ୍କର୍ମ । ରାଉରକେଲା ବନ୍ଧମୁଣ୍ଡା ଥାନା ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲ ମାଲିକଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି । ପୋଲିସ ଅଭିଯୁକ୍ତ ସ୍କୁଲ ମାଲିକଙ୍କ ଡାକ୍ତରୀମାଇନା କରିବା ପରେ କୋର୍ଟ ଚାଲାଣ କରିଛି । ଅଭିଯୋଗ ଅନୁସାରେ ପୀଡିତାଙ୍କ ଭାଇ ଦୀର୍ଘ ଦିନ ଧରି ସ୍କୁଲ ଫି ଦେଇ ନଥିବାରୁ ଅଭିଭାବକଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଡାକିଥିଲେ । ବଡ଼ ଭଉଣୀ ଆଲୋଚନା ପାଇଁ ଆସିଥିବା ବେଳେ ସ୍କୁଲ ମାଲିକ ତାଙ୍କୁ କାର୍ଯ୍ୟାଳୟ ଭିତରେ ଦୁଷ୍କର୍ମ କରିଥିଲେ । ସ୍କୁଲରେ ଚାକିରୀ ଦେବା ପାଇଁ ମଧ୍ୟ ପ୍ରଲୋଭିତ କରିଥିବା ଅଭିଯୋଗ ହୋଇଛି । ତେବେ ୨୦୧୯ ଡିସେମ୍ବରରେ ଏହି ଘଟଣା ଘଟିଥିଲେ ମଧ୍ୟ ପୀଡିତା ରାଜନୈତିକ ଭୟରେ ପ୍ରକାଶ କରି ନଥିଲେ ବୋଲି କହିଛନ୍ତି । ଅନ୍ୟପଟେ ଅଭିଯୁକ୍ତ ନିଜକୁ ସଂପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.