ଦାଦନର କରୁଣ କାହାଣୀ, ଲୁଛି ଛପି ଭିଡ଼ିଓ କରି ଘରକୁ ଫେରାଇ ନେବାକୁ ପରିବାର ଲୋକଙ୍କୁ କଲେ ଗୁହାରି

ବରଗଡ଼ (କେନ୍ୟୁଜ୍) : ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ନିର୍ଯାତନାର ଶିକାର ହୋଇଛନ୍ତି । ଶ୍ରମିକମାନେ ଲୁଛି ଛପି ଭିଡ଼ିଓ କରି ନିଜ ପରିବାର ନିକଟକୁ ପଠାଇ, କହିଛନ୍ତି ନିର୍ଯାତନର କଥା । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଯୋଗେନ୍ଦ୍ରନାଥପୁର ଗାଁରୁ ଆସିଛି ଏପରି ଖବର । ଗାଁର ୩୫ ଜଣ ତେଲେଙ୍ଗାନା ଯାଇଥିଲେ । ନୂଆପଡା ଜିଲ୍ଲାର ଜଣେ ଶ୍ରମିକ ଦଲାଲ ସେମାନଙ୍କୁ ନେଇଥିଲା । ପେଦାପାଲ୍ଲୀ ଜିଲ୍ଲାର ପାଣ୍ଡୁଲାପଲି ଗାଁରେ ଥିବା ଇଟା ଭାଟିରେ କାମ କରୁଛନ୍ତି ସେମାନେ । ଇଟା ଭାଟି ମାଲିକ ସେମାନଙ୍କୁ ନିର୍ଯାତନା ଦେଉଛି । ୩୫ ଜଣଙ୍କ ମଧ୍ୟରେ ୧୧ ଜଣ ଶିଶୁ ଅଛନ୍ତି । ଶିଶୁମାନଙ୍କ ଦେହ ଖରାପ ହେଲେ ସେମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉ ନାହିଁ । ଗାଁରେ ଏପରି ଖବର ପହଞ୍ଚିବା ପରେ ପରିବାର ଲୋକଙ୍କ ଚିନ୍ତା ବଢି ଯାଇଛି । ସମସ୍ତଙ୍କୁ ଉଦ୍ଧାର କରିବାକୁ ପରିବାର ଲୋକେ ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି ।

Leave A Reply

Your email address will not be published.