ଗଜପତି ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତ ଗିରଫ

ଗଜପତି : ଅଡ଼ବା ଥାନା ଡେକାପଙ୍କା ଗାଁରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ। ଅଡ଼ବା ପୋଲିସ ଅଭିଯୁକ୍ତ ଏନ୍ତେରୀୟ ପରିଛାକୁ ଡେକାପଙ୍କା ଗାଁରୁ ଗିରଫ କରିଛି । ଗତକାଲି ଗଜପତି ଜିଲ୍ଲା ଅଡବା ଥାନା ଡେକାପଙ୍କା ଗାଁର ଜଣେ ନାବାଳିକା ହାଟକୁ ଯାଇଥିବାବେଳେ ଏନ୍ତେରୀୟ ପରିଛା ଅପହରଣ କରିନେଇ ଜଙ୍ଗଲରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ ବାପା ଥାନାରେ ଏତଲା ଦେଇଥିଲେ । ଘଟଣାା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ଅଡ଼ବା ପୋଲିସ ଏକ ମାମଲା ରୁଜୁ କରିବା ବେଳେ ତାକୁ ଗିରଫ କରାଯାଇଛି ।