Below header

ଭୁବନେଶ୍ୱରରେ ପୋଲିସ ଉପସ୍ଥିତିରେ ଶିଖ୍‌ ଯୁବକଙ୍କୁ ଆକ୍ରମଣ ଘଟଣା, ୨୪ ଘଣ୍ଟା ଭିତରେ ପୋଲିସ ଖୁଆଡରେ ତିନି ଅଭିଯୁକ୍ତ

ଭୁବନେଶ୍ବର(କେନ୍ୟୁଜ୍): ଗାଡ଼ି ପାର୍କିଂକୁ ନେଇ ମାରପିଟ୍‌ । ସିସିଟିଭିରେ କଏଦ ହୋଇଛି ଭୁବନେଶ୍ୱର କଟକ ରୋଡରେ ଶିଖ ଯୁବକଙ୍କୁ ଆକ୍ରମଣର ଭିଡିଓ । ଭିଡିଓରୁ ଜଣା ପଡୁଛି ପୋଲିସ ପାଖରେ ଅଭିଯୋଗ କରୁଛନ୍ତି ପରବିନ୍ଦର ପଲ ସିଂ । ପାଖରେ ଠିଆ ହୋଇଛନ୍ତି ୪ଜଣ ଯୁବକ । ହଠାତ୍‌ ପୋଲିସ ଆଗରେ ତାଙ୍କ ଉପରେ ଆକ୍ରମଣ କଲେ ସମସ୍ତେ ।  କିନ୍ତୁ ଘଟଣା ସ୍ତଳରେ ମୋବାଇଲ ଫୋନରେ କଥା ହେବାରେ ବ୍ୟସ୍ତ ପୋଲିସ ବାବୁ । ସେପଟେ ପରବିନ୍ଦରକୁ ପିଟି ଚାଲିଛନ୍ତି ଦୁର୍ବୃତ୍ତ । ପଗଡି ଖୋଲିବା ସହ ଇଟାରେ ଆକ୍ରମଣ କରୁଛନ୍ତି । ପ୍ରାଣ ବିକଳରେ ଏପଟେ ସେପଟେ ଧାଉଁଛନ୍ତି ପରବିନ୍ଦର । ହେଲେ ଏସବୁ ଦେଖି ପୋଲିସ ସାଜିଛି ନିରବଦ୍ରଷ୍ଟା ।

cuttack road attack

ପରବିନ୍ଦରଙ୍କୁ ଆକ୍ରମଣ ଅଭିଯୋଗରେ ସମସ୍ତ ତିନି ଅଭିଯୁକ୍ତଙ୍କୁ ୨୪ ଘଣ୍ଟା ଭିତରେ ବାନ୍ଧିଛି ପୋଲିସ । ଗତକାଲି ଦୀପକ ମହାନ୍ତି ଓ ଶଙ୍କର ରାଉତ ଗିରଫ ହୋଇଥିବା ବେଳେ ଆଜି ମୁଖ୍ୟ ଅଭିଯୁକ୍ତ ଦୀପକ ଜେନାକୁ ଗିରଫ କରାଯାଇଛି । ସିସିଟିଭି ଆଧାରରେ ତନାଘନା କରୁଛି ପୋଲିସ । ପୋଲିସ କହିଛି, ତିନି ଦିନ ଭିତରେ ଦାଖଲ ହେବ ଚାର୍ଜସିଟ୍‌ । ଆକ୍ରମଣ ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା ପିସିଆର୍‌ ଇନଚାର୍ଜ ସବ୍‌-ଇନସ୍ପେକ୍ଟରକୁ ଚାକିରିରୁ ନିଲମ୍ବନ କରାଯାଇଛି । ଲୋକଙ୍କୁ ସୁରକ୍ଷା ଦେବାକୁ ‘ଉଇ କେୟାର, ଉଇ ଡେୟାର’ ସ୍ଲୋଗାନ ବଦଳାଇ କମିଶନରେଟ ପୋଲିସ କରିଛି ‘ଆମ ପୋଲିସ, ଆମ ସୁରକ୍ଷା’ । କିନ୍ତୁ ପରବିନ୍ଦରଙ୍କୁ ପୋଲିସ ଉପସ୍ଥିିତିରେ ଦୁର୍ବୃତ୍ତ ପିଟିବା ଘଟଣା ସ୍ପଷ୍ଟ କରୁଛି ପୋଲିସ ଲୋକଙ୍କ ସୁରକ୍ଷା ପ୍ରତି କେତେ ଯତ୍ନଶୀଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.