ଖୁଲମ୍‌ଖୁଲା ବଜାରରେ ମିଳୁଛି ଏସିଡ୍‌, ଛପାକ୍‌ ରିଲିଜ୍‌ ହେବା ପରେ ନିଜେ ଦୀପିକା କଲେ ଷ୍ଟିଙ୍ଗ୍‌ ଅପରେସନ୍‌

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ଫିଲ୍ମ ‘ଛପାକ’ ଏସିଡ୍‌ ଆଟାକ୍‌ର ଶିକାର ହୋଇଥିବା ଯୁବତୀ ଲକ୍ଷ୍ମୀ ଅଗ୍ରଓ୍ଵାଲଙ୍କ ଜୀବନୀଙ୍କୁ ନେଇ ନିର୍ମିତ। ଏହି ଫିଲ୍ମର ଏକ ଚର୍ଚ୍ଚିତ ଡାଇଲଗ୍‌ ସମସ୍ତଙ୍କ ହୃଦୟକୁ ଛୁଇଁଛି। ଡାଇଲଗ୍‌ଟି ହେଉଛି ‘କେତେକ ଭଲ ହୋଇଥାନ୍ତା ଯଦି ଏସିଡ୍‌ ବିକ୍ରି ହିଁ ନ ହୁଅନ୍ତା, ବିକ୍ରି ହୋଇନଥାନ୍ତା ତ କାହା ଉପରକୁ ଫିଙ୍ଗାଯାଇନଥାନ୍ତା’। ତେବେ ଫିଲ୍ମରେ ଦୀପିକାଙ୍କ ଦମ୍‌ଦାର ଅଭିନୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

ଦେଖନ୍ତୁ ଭିଡିଓ:


ଏବେ ଦୀପିକା ଏସିଡ୍‌କୁ ନେଇ ଏକ ସାମାଜିକ ଗବେଷଣା କରିଛନ୍ତି ଯାହାକୁ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଏକ ଷ୍ଟିଙ୍ଗ୍‌ ଅପରେସନ୍‌ ମାଧ୍ୟମରେ ଦୀପିକା କେତେ ସହଜରେ ଏସିଡ୍‌ ମାର୍କେଟରେ ମିଳିଯାଉଛି ଯାହା ଜାଣିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଏହାର ଫଳାଫଳ ଦେଖି ସେ ନିଜେ ହିଁ ସ୍ତବ୍ଧ ହୋଇଯାଇଛନ୍ତି।

Image result for chhapak

ଦୀପିକାଙ୍କ ଏହି ଷ୍ଟିଙ୍ଗ୍‌ ଅପରେସନ୍‌ରେ କିଛି କଳାକାର ଭାଗ ନେଇଥିଲେ ଓ ସେମାନେ ବିଭିନ୍ନ ଦୋକାନକୁ ଯାଇ ଏସିଡ୍‌ କିଣିବାକୁ ଚାହିଁଥିଲେ। ଦୋକାନୀକୁ ସେମାନେ ଏହି ଏସିଡ୍‌ରେ ଚର୍ମ ଜଳିଯିବ କି ନାହିଁ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ। ନଚେତ୍‌ କିଛି ଏଭଳି ଏସିଡ୍‌ ଦିଅନ୍ତୁ ଯାହା ଦେହ ଜାଳିଦେବ ବୋଲି କଳାକାରମାନେ ଖୁଲମଖୁଲା ମାଗିଥିଲେ। ଏଭଳି କଥା ଶୁଣିବା ପରେ ବି କେତେକ ଦୋକାନୀ କିଛି ନଭାବି ଏସିଡ୍‌ ଦେଇଥିଲେ।

Video Courtesy: FoxStarHindi

ଏହି ଭିଡିଓରେ କେବଳ ଜଣେ ଦୋକାନୀ ହିଁ ଏସିଡ୍‌ କିଣିବା ପାଇଁ ପରିଚୟ ପତ୍ର ମାଗିଥିଲେ। ପରେ ସେ ଏସିଡ୍‌ ଦେବା କଥା କହିଥିଲେ।
ଏହି ଷ୍ଟିଙ୍ଗ୍‌ ଅପରେସନ୍‌ ବେଳେ ଦୀପିକାଙ୍କ ଟିମ୍‌ ମୋଟ ୨୪ ବୋତଲ ଏସିଡ୍‌ କିଣିଥିଲେ। ଏହା ଦେଖି ଦୀପିକା ଆଶ୍ଚର୍ଯ୍ୟ ହେବା ସହ ଗୋଟିଏ ଦିନରେ ବିନା ପରିଚ୍ରୟ ପତ୍ରରେ ଏତେ ଏସିଡ୍‌ କେମିତି ବିକ୍ରି କରାଯାଉଛି ବୋଲି କହିଥିଲେ। ପରେ ଦୀପିକା ଏସିଡ୍‌ କିଣିବାକୁ ଥିବା ଆଇନ୍‌ ବିଷୟରେ ଭିଡିଓରେ କହିଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.