ଖୋର୍ଦ୍ଧା: ମହଙ୍ଗା ପଡିଲା ଲାଞ୍ଚ ଦାବି, ନିଲମ୍ବିତ ହେଲେ ବେଗୁନିଆ ଏସଆଇ

ବେଗୁନିଆ(କେନ୍ୟୁଜ୍): ଲାଞ୍ଚ ନେଇ ନେଇ ଚାଲିଗଲା ବେଗୁନିଆ ଏସଆଇଙ୍କ ଚାକିରି। ଏକ କେସକୁ ରଫାଦଫା କରିବାକୁ ଦାବି କରୁଥିଲେ ଟଙ୍କା । ଯାହାକୁ ନେଇ ଏକ ଅଡିଓ ଟେପ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।  ଏହା ବିରୋଦ୍ଧରେ କାର୍ଯ୍ୟନୁଷ୍ଠାନ ନେଇ ଏସଆଇ ସଜାତା ପଲେଇଙ୍କୁ  ନିଲମ୍ବନ କରିଛନ୍ତି  ଖୋର୍ଦ୍ଧା ଏସପି।

ମିଳିଥିବା ଖବର ମୁତାବକ ବେଗୁନିଆ ଥାନା ଅଞ୍ଚଳର ଜଣେ ଯୁବକ ତାଙ୍କ ସାଙ୍ଗକୁ ଧରି ଦକ୍ଷିଣପରୀକ୍ଷତା ଗ୍ରାମକୁ ନିଜ ପ୍ରେମିକାକୁ ଭେଟିବାକୁ ଯାଇଥିଲେ। ଗ୍ରାମ ନିକଟରେ ଥିବା ଏକ ପୋଖରୀକୂଳରେ ଯୁବକ ଜଣକ ଗାଡି ରଖି ପ୍ରେମିକାକୁ ହର୍ଣ୍ଣମାରି ଇସାରା ଦେବା ବେଳେ ଗ୍ରାମବାସୀଙ୍କ  ହାବୁଡରେ ପଡିଯାଇଥିଲେ। ଯାହଫଳରେ ଗ୍ରାମବାସୀମାନେ ଦୁଇ ଯୁବକଙ୍କୁ ଇଲେକ୍ଟ୍ରେିଖୁଣ୍ଟରେ ବାନ୍ଧି ନିସ୍ତୁକମାଡ ମାରିଥିଲେ ଓ ପରେ ପୋଲିସ ଜୀମାରେ ଦେଇଥିଲେ।  ଏହାପରେ ଆରମ୍ଭ ହୋଇଯାଇଥିଲା ଏସଆଇ ସଜାତା ପଲେଇଙ୍କ ଟଙ୍କା ଡିମାଣ୍ଡ। ପରିବାର ଲୋକଙ୍କୁ ଫୋନ କରି ଠିକ ସମୟରେ ପହଞ୍ଚି ଟଙ୍କା ନଦେଲେ କେସକୁ ଷ୍ଟ୍ରଙ୍ଗ କରିଦେବାକୁ ମଧ୍ୟ ଫୋନରେ ଧମକ ଦେଇଥିଲେ। ଯାହାର ଅଡିଓ ଟେପ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କାର୍ଯ୍ୟନୁଷ୍ଠାନ ନେଇ ନିଲମ୍ବନ କରିଛନ୍ତି ଖୋର୍ଦ୍ଧା ଏସପି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.