Below header

ଯାହା ପୁଅ କରୁ ନାହାନ୍ତି ସେ କାମ କରୁଛନ୍ତି ଏଇ ଯୁବକମାନେ, ଶହ ଶହ ବରିଷ୍ଠ ନାଗରିକଙ୍କୁ ପ୍ରତି ବର୍ଷ କରାଉଛନ୍ତି କାଳିଆ ଦର୍ଶନ

ଉତ୍ସାହୀ ଯୁବକଙ୍କ ଉତ୍ସାହପ୍ରଦ କାର୍ଯ୍ୟକ୍ରମ । ବର୍ତ୍ତମାନର ସ୍ୱାର୍ଥପର ଦୁନିଆରେ ଯେତେବେଳେ ରକ୍ତ ରକ୍ତକୁ ଚିହ୍ନିବାକୁ ଅମଙ୍ଗ, ନିଜ ବୁଢ଼ା ବାପା ମାଙ୍କୁ ପୁଅ ବୋହୂ ହତାଦର କରୁଛନ୍ତି, ସେତିକି ବେଳେ କଟକ ଜିଲ୍ଲା ମଙ୍ଗଦେଇପୁର ଖଣ୍ଟୋଳ ଗ୍ରାମର କିଛି ଉତ୍ସାହୀ ଯୁବକ ଏଭଳି କିଛି ଆଦର୍ଶ କାମ କରୁଛନ୍ତି ଯାହାକୁ ଆପଣ ଯେତେ ପ୍ରଶଂସା କଲେ ବି କମ୍‌ ହେବ ।

SR.CITIZEN-1

ଏହି ଯୁବକମାନେ ଗତ ଛଅ ବର୍ଷ ହେଲା ନିଜ ଅଞ୍ଚଳର ବରିଷ୍ଠ ନାଗରିକମାନଙ୍କୁ ଶ୍ରୀକ୍ଷେତ୍ର ପୁରୀ ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରାଉଛନ୍ତି । ଏହି ସ୍ୱେଚ୍ଛାସେବୀମାନେ ଆଖପାଖର ୭ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୪ଟି ଗ୍ରାମର ୧୨୨ ଜଣରୁ ଊର୍ଦ୍ଧ୍ୱ ବୟସ୍କ ପୁରୁଷ ଓ ମହିଳାଙ୍କୁ ନେଇ ପୁରୀ ବୁଲାଇ ଆଣିଛନ୍ତି ।

SR.CITIZEN-2ସମ୍ପୂର୍ଣ୍ଣ ଶୃଙ୍ଖଳିତ ଭାବେ ନିଜ ଦାୟିତ୍ୱରେ ନେଇ ସେମାନଙ୍କୁ ଖୁଆଇ ପିଆଇ ଠାକୁର ଦର୍ଶନ କରାଇବା ପରେ ପୁଣି ଗ୍ରାମକୁ ଫେରାଇ ଆଣିଥିଲେ । ଗତ ୧୧ ତାରିଖ ସକାଳ ୭ଟା ବେଳେ ମଙ୍ଗଦେଇପୁର ଗାଁର ବୁଢ଼ୀ ଜାଗୁଳାଇ ପୀଠରୁ ଦୁଇଟି ବସ୍‌ ଯୋଗେ ଏହି ବରିଷ୍ଠ ନାଗରିକମାନେ ପୁରୀ ଯାତ୍ରା କରିଥିଲେ । ସେମାନେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ଅବଢ଼ା ପ୍ରସାଦ ପାଇଥିଲେ । ପରେ ସେମାନଙ୍କୁ ମହୋଦଧି କୂଳରେ ବୁଲିବାର ସୁଯୋଗ ମିଳିଥିଲା । ଅଧିକ ଶୀତ ହେଉଥିବାରୁ ସମସ୍ତଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା ।

SR.CITIZEN-6

ଏଭଳିକି ଏହି ଆଧ୍ୟାତ୍ମିକ ଯାତ୍ରା ବେଳେ ସେମାନଙ୍କର ଯେପରି କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନଉପୁଜେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଇଥିଲା । ସେଥିଲାଗି ଜଣେ ଅଭିଜ୍ଞ ଫାର୍ମାସିଷ୍ଟ ମଧ୍ୟ ସାଙ୍ଗରେ ଯାଇଥିଲେ । ୩୫ ଜଣ ସ୍ୱେଚ୍ଛାସେବୀ ସମସ୍ତ ଦାୟିତ୍ୱ ନେଇ ଏହି ବରିଷ୍ଠ ନାଗରିକମାନଙ୍କୁ ପୁରୀ ବୁଲାଇଥିଲେ । ଏହା ସହିତ ଏହି ଯୁବକମାନଙ୍କୁ ସେମାନେ ଖୁବ୍‌ ଆଶୀର୍ବାଦ ମଧ୍ୟ କରିଛନ୍ତି । ସେମାନଙ୍କ ଏହି କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

SR.CITIZEN-5

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.