ଢେଙ୍କାନାଳରେ ମର୍ମନ୍ତୁଦ ବାଇକ୍‌ ଦୁର୍ଘଟଣା ଘଟି ଦୁଇ ମୃତ

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ୫୫ ନମ୍ବର ଜାତୀୟ ରାଜପଥ ବାଇପାସ ଛକ ନିକଟରେ ବାଇକ୍‌ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏକ ୧୪ ଚକିଆ ଗାଡି ଏବଂ ବାଇକ୍‌ ମଧ୍ୟରେ ସାମ୍ନାସାମ୍ନି ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ବାଇକ୍‌ରେ ଆସୁଥିବା ଜଣେ ପୁରୁଷ ଓ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ସେମାନେ କଟକରୁ ଅନୁଗୁଳ ଆଡକୁ ଯାଉଥିଲେ। ମୃତକ ଦୁଇ ଜଣଙ୍କ ପରିଚୟ ମିଳି ନାହିଁ। ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଫେରାର ହୋଇ ଯାଇଥିବା ବେଳେ ଘଟଣା ସ୍ଥଳରେ ଢେଙ୍କାନାଳ ଟାଉନଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.