Below header

ଚାନ୍ଦା ଆଦାୟକୁ କେନ୍ଦ୍ର କରି ଗାଁ ମଝିରେ ଯୁବକଙ୍କୁ ମାରି ଫିଙ୍ଗିଦେଲେ ଦୁର୍ବୃତ୍ତ

ଗତକାଲି କ୍ଷୀରୋଦ ଓ କିଛି ଯୁବକ ଚାନ୍ଦା ମାଗୁଥିଲେ । ଏହାକୁ ନେଇ କିଛି ଲୋକଙ୍କ ସହ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ଏପରିକି ମାରପିଟ୍ ମଧ୍ୟ ହୋଇଥିଲା ।

ସମ୍ବଲପୁର(କେନ୍ୟୁଜ୍):   ଚାନ୍ଦା ଆଦାୟକୁ କେନ୍ଦ୍ର କରି ଯୁବକଙ୍କ ହତ୍ୟା । ସମ୍ବଲପୁର ଜିଲ୍ଲା ବୁର୍ଲା କଣ୍ଟାପାଲି ଗାଁରେ ନିର୍ମମ ହତ୍ୟା । ସ୍ପଷ୍ଟ ଦିବାଲୋକରେ ଗାଁ ମଝିରେ ଯୁବକଙ୍କୁ ମାରି ଫିଙ୍ଗିଦେଲେ ଦୁର୍ବୃତ୍ତ । ମୃତକ ହେଲେ ବୈଜାମୁଣ୍ଡାର କ୍ଷୀରୋଦ ତାଣ୍ଡି । ଅଭିଯୋଗ ଅନୁଯାୟୀ, ଗତକାଲି କ୍ଷୀରୋଦ ଓ କିଛି ଯୁବକ ଚାନ୍ଦା ମାଗୁଥିଲେ । ଏହାକୁ ନେଇ କିଛି ଲୋକଙ୍କ ସହ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ଏପରିକି ମାରପିଟ୍ ମଧ୍ୟ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ କିଛି ଗାଁଲୋକ କ୍ଷୀରୋଦଙ୍କୁ ଆକ୍ରମଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.