Below header

ଅର୍ଥନୈତିକ ଅପରାଧ ଶାଖାରେ Z ESTATES ନିର୍ଦ୍ଦେଶକ ତପନ ମହାନ୍ତି, ତିନି ଘଣ୍ଟା କଲା ପଚରାଉଚରା

Z ESTATESର ପ୍ରକଳ୍ପ Z1 ନେଇ ତାଙ୍କୁ ପଚରାଉଚରା ହୋଇଥିବା ଜଣାପଡ଼ିଛି। Z1ର ରେସିଡେନ୍ ସିଆଲ ଆସୋସିଏସନର ଅଭିଯୋଗ ଆଧାରରେ ନିର୍ମାଣକାରୀ ସଂସ୍ଥା ବିରୋଧରେ ମାମଲା ରୁଜୁ କରିଥିଲା ଇଓଡବ୍ଲୁ। ନିର୍ମାଣ କାର୍ଯ୍ୟରେ ସରକାରୀ ନିୟମ ଭାଙ୍ଗିବା ଅଭିଯୋଗ ଆଣିଥିଲେ ଗୃହ କ୍ରେତା ସଂଘ।

କେନ୍ୟୁଜ୍(ବ୍ୟୁରୋ):  ଅର୍ଥନୈତିକ ଅପରାଧ ଶାଖାରେ ଜଣାଶୁଣା ବ୍ୟବସାୟୀ। ଭୁବନେଶ୍ବର EOWରେ Z ESTATES ପରିଚାଳନା ନିର୍ଦ୍ଦେଶକ ତପନ ମହାନ୍ତି। ଦିନ ପ୍ରାୟ ୧୦ ବେଳେ ତପନ ମହନ୍ତି ଆଜି ପହଞ୍ଚିଥିଲେ EOW କାର୍ଯ୍ୟାଳୟରେ। ପ୍ରାୟ ତିନି ଘଣ୍ଟା ତାଙ୍କୁ ପଚରାଉଚରା ହୋଇଥିବା ଜଣାପଡିଛି। EOWର ଅତିରିକ୍ତ ଏସପି ଇତି ଦାସ। ପାଖାପାଖି ଦିନ ୨ଟାରେ ବାହାରିଥିଲେ ତପନ ମହାନ୍ତି। ତେବେ କାହିଁକି ଆସିଥିଲେ EOW ଅଫିସ, କେଉଁ ପ୍ରସଙ୍ଗରେ ହୋଇଥିଲା ପଚରାଉଚରା ସେନେଇ କୌଣସି ପ୍ରତିକ୍ରିୟା ରଖିନଥିଲେ।…

Z ESTATESର ପ୍ରକଳ୍ପ Z1 ନେଇ ତାଙ୍କୁ ପଚରାଉଚରା ହୋଇଥିବା ଜଣାପଡ଼ିଛି। Z1ର ରେସିଡେନ୍ ସିଆଲ ଆସୋସିଏସନର ଅଭିଯୋଗ ଆଧାରରେ ନିର୍ମାଣକାରୀ ସଂସ୍ଥା ବିରୋଧରେ ମାମଲା ରୁଜୁ କରିଥିଲା ଇଓଡବ୍ଲୁ। ନିର୍ମାଣ କାର୍ଯ୍ୟରେ ସରକାରୀ ନିୟମ ଭାଙ୍ଗିବା ଅଭିଯୋଗ ଆଣିଥିଲେ ଗୃହ କ୍ରେତା ସଂଘ। ପ୍ଲାନ ଅନୁସାରେ ଯେତିକି ସବୁଜ ବଳୟ, କମନ ଏରିଆ ଆଦି ରହିବା କଥା, ସୌରଶକ୍ତି ଉପଯୋଗ ନିୟମ ଆଦିରେ ଉଲ୍ଲଂଘନ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ବାରମ୍ବାର ନିର୍ମାଣ ନକ୍ସାରେ ମଧ୍ୟ ପରିବର୍ତ୍ତନ ହୋଇଥିବା ଅଭିଯୋଗ ଆସିଥିଲା। ଏହି ପ୍ରସଙ୍ଗରେ ତପନ ମହାନ୍ତିଙ୍କୁ ପଚରାଉଚରା ହୋଇଥିବା ଜଣାପଡ଼ିଛି। ନିର୍ମାଣରେ ନିୟମର ଉଲ୍ଲଙ୍ଘନ କରିଛି କି Z1 ପ୍ରକଳ୍ପ? ଚୁକ୍ତି ମୁତାବକ ଗୃହ କ୍ରେତାଙ୍କୁ ଘର ହସ୍ତାନ୍ତର କରିନାହାନ୍ତି କି? ଚୁକ୍ତିରେ ଥିବା ବିଭିନ୍ନ ସୁବିଧା ସୁଯୋଗକୁ ଗ୍ରାହକଙ୍କୁ ଯୋଗାଇଛନ୍ତି କି? ଯଦି ସମସ୍ତ ପ୍ରତିଶ୍ରୁତି Z1 ପ୍ରକଳ୍ପ ପାଳନ କରିଛି, କାହିଁକି ଗୃହ କ୍ରେତା ସଂଘ ଅଭିଯୋଗ କରିଛି? Z ESATE ଏମଡିଙ୍କୁ ଏଭଳି ନାନା ପ୍ରଶ୍ନ EOW ପଚାରିଥିବା ଜଣାପଡ଼ିଛି। ତିନି ଘଣ୍ଟାର ପଚରାଉଚରା। କିନ୍ତୁ ପ୍ରତିକ୍ରିୟା ରଖିନଥିଲେ ତପନ ମହାନ୍ତି। EOW ପକ୍ଷରୁ ମଧ୍ୟ ଏନେଇ କୌଣସି ସୂଚନା ପ୍ରଦାନ କରାଯାଇନାହିଁ। 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.