Below header

କ୍ଷମତାଶୀଳ ଦେଶରେ ଚୀନ ବିଛାଉଛି ଗୁଇନ୍ଦା ଜାଲ, ସୁନ୍ଦରୀ ଯୁବତୀଙ୍କ ଦ୍ୱାରା କରାଯାଉଛି ହନିଟ୍ରାପ୍‌

ଚୀନ ପୁରା ବିଶ୍ୱରେ ନିଜର ଗୁଇନ୍ଦାଗିରୀ କ ।ମ ପାଇଁ ବଦନାମ ହୋଇଛି । ଚୀନ ସବୁ ବଡ଼ ଦେଶଗୁଡିକରେ ତା’ର ଗୁଇନ୍ଦା ଏଜେନ୍ସି ଜରିଆରେ ନଜର ରଖିବାକୁ ଚାହୁଁଛି । ଯେଉଁଥିପାଇଁ ଚୀନ ଆରମ୍ଭ କରଛି ଡାର୍ଟି ଗେମ ବା କେଳଙ୍ଗାରୀ କାର୍ଯ୍ୟ ।

ଚୀନ ପୁରା ବିଶ୍ୱରେ ନିଜର ଗୁଇନ୍ଦାଗିରୀ କ ।ମ ପାଇଁ ବଦନାମ ହୋଇଛି । ଚୀନ ସବୁ ବଡ଼ ଦେଶଗୁଡିକରେ ତା’ର ଗୁଇନ୍ଦା ଏଜେନ୍ସି ଜରିଆରେ ନଜର ରଖିବାକୁ ଚାହୁଁଛି । ଯେଉଁଥିପାଇଁ ଚୀନ ଆରମ୍ଭ କରଛି ଡାର୍ଟି ଗେମ ବା କେଳଙ୍ଗାରୀ କାର୍ଯ୍ୟ । ଚୀନର ସୁନ୍ଦରୀ ଯୁବତୀମାନଙ୍କୁ ଏଥିରେ ନିୟୋଜି କରୁଛି । ସେମାନେ ହନି ଟ୍ରାପ ମାଧ୍ୟମରେ ବଡ଼ ବଡ଼ ଦେଶରେ ତାଙ୍କର ଜାଲ ବିଛାଇ ବଡ଼ ବଡ଼ ନେତା, ଅଫିସର ଓ ସୁରକ୍ଷା କର୍ମୀମାନଙ୍କୁ ଫସାଉଛନ୍ତି ।

ଜି-୨୦ ଶିଖର ସମ୍ମିଳନୀରେ ଚୀନର ଚୋରୀ ଧରାପଡିଛି । ଦିଲ୍ଲୀ ତାଜ ପ୍ୟାଲେସର ସୁରକ୍ଷାକର୍ମୀମାନେ ଯେବେ ଚୀନ ପ୍ରତିନିଧିମଣ୍ଡଳଙ୍କର ବ୍ୟାଗ ଯାଞ୍ଚ ପାଇଁ ମାଗିଥିଲେ । ସେମାନେ ବ୍ୟାଗ ଦେବାକୁ ମନା କରିଦେଇଥିଲେ । ଏହାଛଡ଼ା ସେମାନେ ହୋଟେଲର ପ୍ରାଇଭେଟ ଇଣ୍ଟରନେଟ ମଧ୍ୟ ଦାବି କରିଥିଲେ । ଏବେ କଥା ଉଠିଛି, ଯେଉଁ ବ୍ୟାଗ ଦେବାକୁ ଚୀନ ମନା କରିଥିଲା,ସେଥିରେ ଗୁଇନ୍ଦା ଉପକରଣ ରହିଥିଲା ।

ଗୁଇନ୍ଦା କାର୍ଯ୍ୟ ପାଇଁ ଚୀନ ସୁନ୍ଦରୀ ଯୁବତୀ ଓ ଅର୍ଥ ବ୍ୟବହାର କରୁଛି :

ଏକ ରିପୋର୍ଟ ଅନୁଯାୟୀ, ଗୁଇନ୍ଦା କାର୍ଯ୍ୟ ପାଇଁ ଚୀନ ବହୁ ତରିକା ଆପଣାଉଛି । କେଉଁଠି ଅର୍ଥ ତ କେଉଁଠି ସୁନ୍ଦରୀ ଯୁବତୀଙ୍କୁ ବ୍ୟବହାର କରୁଛି ଚୀନ । ବିଗତ ଦିନରେ ବ୍ରଟେନ ଓ ଆମେରିକାର ବହୁ ଅଧିକାରୀଙ୍କୁ ଫସାଇଥିବା ଜଣାଯାଇଛି । କିଛି ଦିନ ତଳେ ଜଣେ ସନ୍ଦିଗ୍ଧ ଚୀନ ଏଜେଣ୍ଟ ବ୍ରିଟେନ ସଂସଦରେ ଧରାପଡିଥିଲା । ଏହି ଚୀନ ଏଜେଣ୍ଟ ବ୍ରିଟିଶ ସଂସଦରେ ଜଣେ ଗବେଷକ ଭାବେ କାମ କରୁଥିଲେ ।

ହନିଟ୍ରାପରେ ମଧ୍ୟ ଫସାଯାଉଛି ଅଧିକାରୀଙ୍କୁ : 

ଚୀନ ତା’ର ସୁନ୍ଦରୀ ଯୁବତୀମାନଙ୍କୁ ମଧ୍ୟ ଗୁଇନ୍ଦା କାର୍ଯ୍ୟରେ ଲଗାଇଥିବା ଏକ ରିପୋର୍ଟରୁ ଜଣାଯାଇଛି । ଏହି ସୁନ୍ଦରୀମାନେ ହନିଟ୍ରାପ ନେଟଓ୍ଵର୍କ ଚଳାଇ ବ୍ରିଟେନ,ଆମେରିକା ଛଡ଼ା ଅନ୍ୟ ଦେଶର ଅଧିକାରୀଙ୍କୁ ଫସାଉଥିବା ଏକ ରିପୋର୍ଟରୁ ଜଣାଯାଇଛି । ଚୀନର ଏହି ସୁନ୍ଦରୀମାନେ ଫେସବୁକ ଜରିଆରେ ମଧ୍ୟ ସମ୍ପର୍କ କରିଥାନ୍ତି । ପ୍ରଥମେ ବନ୍ଧୁ ହୁଅନ୍ତି, ପୁଣି ସେମାନଙ୍କ ସହ ସମ୍ପର୍କ କରି ଅଶ୍ଳୀଳ ଫଟୋ ସୁଟ କରିନିଅନ୍ତି ।

ଏହାକୁ ଭାଇରାଲ କରିବା ଧମକ ଦେଇ ଆଗର ଖେଳ କରିଥାନ୍ତି । କୌଣସି ଦେଶର ଅଧିକାରୀ ଯଦି ଚୀନ ଯାଆନ୍ତି, ସେମାନଙ୍କୁ ସେକ୍ସ କରିବା ପାଇଁ ଅଫର ଦେଇଥାନ୍ତି ଓ ପରେ ସେମାନଙ୍କୁ ଫସାଇ ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥାନ୍ତି । ୨୦୨୦ ରେ ଆମେରିକା ସଂସଦର ଜଣେ ସଦସ୍ୟ ଇରିକ ସ୍ୱାଲବେଲ ଚୀନ ଗୁଇନ୍ଦା ଏଜେଣ୍ଟ କ୍ରିଷ୍ଟିନ ଫାଙ୍ଗଙ୍କ ସହ ସମ୍ପର୍କ ଥିବା ଜଣାପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.