ଗାଧେଇବା ସମୟରେ ଭାସିଗଲେ ୨ ନାବାଳିକା: ଜଣେ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ସ୍କୁଲରୁ ଫେରି ଦୁଇ ଛାତ୍ରୀ ସ୍ଥାନୀୟ ନାଳରେ ଗାଧେଇବା ବେଳେ ଗୋଡ଼ ଖସି ଭାସିଯାଇଥିବା ସୂଚନା ମିଳିଛି ।  ଛାତ୍ରୀଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିବା ବେଳେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ l

କନ୍ଧମାଳ(କେନ୍ୟୁଜ୍):  ଗାଧେଇବା ସମୟରେ ଭାସିଗଲେ ୨ ନାବାଳିକା । ଜଣେ ଉଦ୍ଧାର, ଅନ୍ୟ ଜଣେ ନିଖୋଜ । କନ୍ଧମାଳ କୋଟଗଡ଼ ବ୍ଲକ ଜୁଡ଼ାବାଲି ପଞ୍ଚାୟତର ଶ୍ରାଲିଗୁଡ଼ା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା।  ନବମ ଶ୍ରେଣୀ ଛାତ୍ରୀ ଆନନ୍ତି ଗାଉଁଟିଆଙ୍କୁ ସ୍ଥାନୀୟ ବାସିନ୍ଦା ଓ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଚାନ୍ଦିନୀ ମଲିକ ଏବେ ବି ନିଖୋଜ ଅଛନ୍ତି । ପୋଲପାଲି ନାଳରେ ଗାଧେଇବା ସମୟରେ ଏହି ଅଘଟଣ ଘଟିଛି।

ସ୍କୁଲରୁ ଫେରି ଦୁଇ ଛାତ୍ରୀ ସ୍ଥାନୀୟ ନାଳରେ ଗାଧେଇବା ବେଳେ ଗୋଡ଼ ଖସି ଭାସିଯାଇଥିବା ସୂଚନା ମିଳିଛି ।  ଛାତ୍ରୀଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିବା ବେଳେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ l ନିଖୋଜ ଦଶମ ଶ୍ରେଣୀ ଛାତ୍ରୀ ଚାନ୍ଦିନୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।  ଘଟଣା ସ୍ଥଳରେ କୋଟଗଡ଼ ତହସିଲଦାର ଦିବାକର ମାଝୀ ଓ ବିଡିଓ ଅର୍ଜୁନ ପ୍ରଧାନ ଉପସ୍ଥିତ ଅଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.