ମାଉଜର ଲଗାଇ ଅପହରଣ କଲେ ଟଙ୍କା ଗାଡ଼ି, ଏଟିଏମ୍‌ରେ ଟଙ୍କା ଭର୍ତ୍ତି ପାଇଁ ଯାଉଥିଲା

ବ୍ରହ୍ମପୁର(କେନ୍ୟୁଜ୍‌) : ବ୍ରହ୍ମପୁର ବଡ଼ବଜାର ଥାନା ନିକଟରେ ଏଟିଏମ ପାଇଁ ଟଙ୍କା ଭର୍ତ୍ତି ଗାଡ଼ି ଆସିଥିବା ବେଳେ ଦୁର୍ବୃତ୍ତମାନେ ଗାଡ଼ି ଧରି ଫେରାର ହୋଇଛନ୍ତି । ତେବେ ଗୋଳନ୍ଥରା ଥାନା ଅନ୍ତର୍ଗତ ଗିରିସୋଲା ନିକଟରୁ ଏଜିଏସ ସିକ୍ୟୁର ଗାଡି ସହ ଡ୍ରାଇଭରକୁ ଧରିଛି ପୋଲିସ।

ସୂଚନାନୁସାରେ ଆଜି ଏକ ଟଙ୍କା ଭର୍ତ୍ତି ଗାଡ଼ି ବଡବଜାର ଥାନା ନିକଟସ୍ଥ ଏକ ଏଟିଏମ୍‌ରେ ଟଙ୍କା ଭରିବାକୁ ଆସିଥିବା ବେଳେ କିଛି ଦୁର୍ବୃତ୍ତ ଡ୍ରାଇଭର ମୁଣ୍ଡରେ ମାଉଜର ଲଗାଇ ଟଙ୍କା ଗାଡ଼ି ଲୁଟି ନେଇଥିଲେ ।

driver berhmpur

ହେଲେଗୋଳନ୍ଥରା ଥାନା ଅନ୍ତର୍ଗତ ଗିରିସୋଲା ନିକଟରୁ ଏଜିଏସ ସିକ୍ୟୁର ଗାଡି ସହ ଡ୍ରାଇଭରକୁ ଅଚେତ ଅବସ୍ଥାରେ ପୋଲିସ ଧରିଛି। ଅଚେତ ଡ୍ରାଇଭରକୁ ପୋଲିସ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଛି ।

ଗାଡିରୁ କେତେ ଟଙ୍କା ଚୋରି ହୋଇଛି କି ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବଡବଜାର ଥାନା ପୋଲିସର ତଦନ୍ତ ଜାରି ରହିଛି।

Leave A Reply

Your email address will not be published.