ଚା କିମ୍ବା ଚଟଣୀ ସହିତ ପନୀର ଆଳୁ କବାବର ନିଅନ୍ତୁ ମଜା, ସ୍ୱାଦରେ ଏକଦମ୍‌ ଜବରଦସ୍ତ

ଆବଶ୍ୟକ ସାମଗ୍ରୀ

  • ୪ଟି ସିଝା ଆଳୁ
  • ୨୦୦ ଗ୍ରାମ ପନୀର
  • ଗୋଟେ କଟା ପିଆଜ
  • ଲୁଣ
  • ଚିଲ୍ଲୀ ଫ୍ଲେକ୍ସ
  • ଜୁଆଣୀ
  • ଅଧା ଛୋଟ କପ୍‌ ସେଜଓ୍ଵାନ୍‌ ସସ୍‌
  • ୨ କପ୍‌ ମଇଦା
  • ଅଧା କପ୍‌ କର୍ନଫ୍ଲୋର

ପ୍ରସ୍ତୁତି ପ୍ରଣାଳୀ

ପନୀର ଆଳୁ କବାବ ବନାଇବା ପାଇଁ ସର୍ବପ୍ରଥମେ ଏକ ବଡ ପାତ୍ରରେ କଦ୍ଦୁକସ୍‌ କରିଥିବା ପନୀର ଏବଂ ଚକଟା ହୋଇଥିବା ସିଝା ଆଳୁ ନିଅନ୍ତୁ। ଏହାପରେ ଏଥିରେ କଟା ପିଆଜ ପକାଇ ଦିଅନ୍ତୁ। ଏବେ ଏଥିରେ ନିଜ ସ୍ୱାଦ ଅନୁସାରେ ଲୁଣ, ସେଜଓ୍ଵାନ ସସ୍‌, ଚିଲ୍ଲୀ ଫ୍ଲେକ୍ସ ଏବଂ ଜୁଆଣୀ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଏଥିରେ ମଇଦା ପକାଇ ମିଶ୍ରଣକୁ ଅଟା ଭଳି ଚକଟି ଦିଅନ୍ତୁ। ଏହାପରେ ଏହାକୁ ଗୋଲା କରିଦିଅନ୍ତୁ।

ଏବେ କର୍ନଫ୍ଳୋରରେ ହାଲକା ପାଣି ମିଶାନ୍ତୁ ଏବଂ ଏହି ଗୋଲାକୁ ହାତରେ ଚେପଟା କରିବ କର୍ନଫ୍ଲୋର ଘୋଳରେ ବୁଡାଇ ତେଲରେ ଡିପଫ୍ରାଏ କରନ୍ତୁ। ଧ୍ୟାନ ରଖନ୍ତୁ ଯେ କର୍ନଫ୍ଲୋରରେ ପାଣିର ମାତ୍ରା ଅଧିକ ହେବନାହିଁ। ଏବେ ଆପଣଙ୍କ କବାବ ତେଲରେ ଫ୍ରାଏ ହେବା ପରେ ପ୍ରସ୍ତୁତ ହୋଇଯାଇଛି। ଏହାକୁ ଆପଣ ଧନିଆ ଚଟଣୀ କିମ୍ବା ଟମାଟୋ ଚଟଣୀ ସହିତ ପରଷନ୍ତୁ। ଆପଣ ଚାହିଁଲେ ଏହାକୁ କେଚଅପ୍‌ ସହିତ ଗରମାଗରମ ଖାଇପାରିବେ। ଆପଣ ଗାର୍ନିସ୍‌ କରିବା ପାଇଁ ଚିଜ୍‌ ସ୍ଲାଇସ୍‌ ରଖି ପାରିବେ କିମ୍ବା ଗ୍ରେଟ୍‌ କରି ମଧ୍ୟ ସର୍ଭ କରିପାରିବେ।

Leave A Reply

Your email address will not be published.