ସକାଳୁ ଉଠି କ୍ଷୀର ଚା’ ନୁହେଁ, ପିଅନ୍ତୁ ତେଜପତ୍ର ଚା’; ଓଜନ ହ୍ରାସ ସାଙ୍ଗକୁ ମିଳିଥାଏ ଏହି ସବୁ ଲାଭ

ଅନେକ ଲୋକଙ୍କର ସକାଳୁ ଉଠି ଚା’ ପିଇବାର ଅଭ୍ୟାସ ରହିଥାଏ। ସକାଳୁ ଖାଲି ପେଟରେ କ୍ଷୀର ଚା’ ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ। ଆପଣ ଚାହିଁଲେ ଏହା ପରିବର୍ତ୍ତେ ତେଜପତ୍ର ଚା’ ପିଇପାରିବେ। ଏହା ଶରୀରର ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ତେଜପତ୍ରରେ ଭରପୂର ମାତ୍ରାରେ ପୋଷକ ତତ୍ତ୍ୱ ରହିଥାଏ। ଏଥିରେ ଆଣ୍ଟି ଅକ୍ସିଡେଣ୍ଟ, କ୍ୟାଲସିୟମ, ସେଲେନିୟମ, ଆୟରନ, କପର୍‌ ଓ ପୋଟାସିୟମ ରହିଥାଏ।

ଏମିତି ବନାନ୍ତୁ ତେଜପତ୍ର ଚା’

ତେଜପତ୍ର-୩ଟି

ଡାଲଚିନି ପାଉଡର-ଏକ ଚୁଟ୍‌କି

ପାଣି-୨ କପ୍‌

ଲେମ୍ବୁ

ମହୁ

ବିଧି

ଏହାକୁ ବନାଇବା ପାଇଁ ପ୍ରଥମେ ତେଜପତ୍ରକୁ ଧୋଇ ପାଣି ଗରମ କରି ସିଝାନ୍ତୁ। ଏବେ ସେଥିରେ ଡାଲଚିନି ପାଉଡର ମିଶାନ୍ତୁ। ଏହାକୁ ପାଖାପାଖି ୧୦ ମିନିଟ୍‌ ଯାଏ ଆଞ୍ଚରେ ବସାନ୍ତୁ। ଗ୍ୟାସ୍‌ ବନ୍ଦ କରି ଦିଅନ୍ତୁ ଏବଂ ଚା’କୁ ଛାଣି ଆଣନ୍ତୁ। ଏଥିରେ ସ୍ୱାଦ ଅନୁସାରେ ମହୁ ଓ ଲେମ୍ବୁ ମିଶାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ତେଜପତ୍ର ଚା’।

ତେଜପତ୍ର ଚା’ ପିଇବାର ଫାଇଦା

-ତେଜପତ୍ରରେ ଭିଟାମିନ ସି ସହିତ ଆଣ୍ଟି ବ୍ୟାକ୍ଟେରିୟାଲ ଗୁଣ ରହିଛି, ଯାହାକି ଇନ୍‌ଫେକ୍ସନ ଦୂର କରିବାରେ ସାହାଯ୍ୟ କରିଥାଏ।

-ତେଜପତ୍ରରେ ପୋଟାସିୟମ, ଆଣ୍ଟି-ଅକ୍ସିଡେଣ୍ଟସ୍‌ ଓ ଆୟରନ ରହିଥାଏ, ଯଦ୍ଦ୍ଵାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ଏଥି ସହିତ ହୃଦୟ ରୋଗ ସହ ଲଢ଼ିବାରେ ବି ସାହାଯ୍ୟ ମିଳିଥାଏ।

-ତେଜପତ୍ର ବ୍ଲଡ ସୁଗାର ଲେବଲକୁ ବି କଣ୍ଟ୍ରୋଲରେ ରଖିବାରେ ବହୁତ ଲାଭଦାୟକ ହୋଇଥାଏ। ଡାଲଚିନି ମଧୁମେହ ସମସ୍ୟାକୁ ଦୂର କରିଥାଏ।

Leave A Reply

Your email address will not be published.