Below header

ଖାଲି ପାଦରେ ଚାଲନ୍ତୁ, ଦୂର ହେବ ଡାଇବେଟିସ୍‌-ବ୍ଲଡ ପ୍ରେସର ଆଦି ସାଂଘାତିକ ରୋଗ

ଏବେ ଲୋକମାନେ ଫିଟ୍‌ ରହିବାକୁ ବିଭିନ୍ନ ପନ୍ଥା ଆପଣାଉଛନ୍ତି। କିଏ ଏକ୍ସରସାଇଜ୍‌ କରୁଛି ତ ଆଉ କିଏ ଡାଏଟିଂ। ତେବେ ଫିଟ୍‌ ରହିବାର ଆଉ ଏକ ଉପାୟ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ତାହା ହେଉଛି ଖାଲିପାଦରେ ଚାଲିବା। ବଡ଼ ବଡ଼ ସେଲିବ୍ରେଟି ମଧ୍ୟ ଫିଟ୍‌ ରହିବାକୁ ଏହି ଉପାୟ ଆପଣାଉଛନ୍ତି। ତେବେ ଆସନ୍ତୁ ଜାଣିବା ଖାଲି ପାଦରେ ଚାଲିବାର ଫାଇଦା ସମ୍ପର୍କରେ …

  • ନିୟମିତ ଖାଲି ପାଦରେ ଚାଲିଲେ ନିଦ୍ରାହୀନତା ଦୂର ହୁଏ ଓ ଭଲ ନିଦ ଆସେ।
  • ଖରାପ ଲାଇଫ୍‌ଷ୍ଟାଇଲ ଯୋଗୁ ଲୋକଙ୍କ ପାଦ ଫୁଲେ। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ମଧ୍ୟ ଆପଣ ଖାଲି ପାଦରେ ଘାସରେ ଚାଲିପାରିବେ।
  • ଖାଲି ପାଦରେ ଚାଲିବା ଫଳରେ ଅକ୍ସିଜେନଯୁକ୍ତ ବ୍ଲଡ୍‌ ଆସି ଶରୀରରେ ଠିକ୍‌ ଭାବେ ସଞ୍ଚାଳିତ ହୋଇଥାଏ। ଫଳରେ ପାଦ ଫୁଲା ସମସ୍ୟା ଦୂର ହୁଏ।
  • ଦୃଷ୍ଟି ଶକ୍ତି ବଢ଼ାଇବା ପାଇଁ ଖାଲି ପାଦରେ ଚାଲନ୍ତୁ। ଖାଲି ପାଦରେ ଘାସରେ ଚାଲିଲେ ପାଦ ଉପରେ ପ୍ରେସର ପଡ଼େ। ଫଳରେ ଆଖି ଠିକ୍‌ ରୁହେ।
  • ଖାଲି ପାଦରେ ଚାଲିବା ଦ୍ୱାରା ଆଲର୍ଜି ଓ ଭାଇରାଲ ଇନ୍‌ଫେକସନ୍‌ର ଆଶଙ୍କା ବି କମ୍‌ ରହେ।
  • ଶରୀରର ନର୍ଭସ ସିଷ୍ଟମ୍‌କୁ ମଜଭୁତ କରିବା ପାଇଁ ପ୍ରତିଦିନ ଘାସରେ ଖାଲି ପାଦରେ ଚାଲିବାକୁ ଡାକ୍ତର ପରାମର୍ଶ ଦିଅନ୍ତି।
  • ଡାଇବେଟିସ୍‌ ରୋଗୀଙ୍କ ଠାରେ ଅଣ୍ଟା, ଆଣ୍ଠୁ ଓ ପାଦ ପୀଡ଼ା ଭଳି ସମସ୍ୟା ଦେଖାଯାଏ। ଏଥିରୁ ମୁକ୍ତି ପାଇଁ କିଛି ସମୟ ଘାସରେ ଚାଲନ୍ତୁ।
  • ଖାଲି ପାଦରେ ଚାଲିଲେ ହାଡ଼ର କ୍ୟାଲସିୟମ୍‌ ବଢ଼େ ବୋଲି ଏକ୍ସପର୍ଟ ମତ ଦିଅନ୍ତି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.