Video: ଡଗିକୁ ରୁମ୍‌ରେ ଏକୁଟିଆ ଛାଡ଼ି ଦେଲେ ମାଲିକ, ତ କିଛି ମିନିଟ୍‌ ଭିତରେ ହିଁ କରିବାକୁ ଲାଗିଲା ଏମିତି କାମ

କୁହନ୍ତି, କୁକୁର ମଣିଷର ସବୁଠାରୁ ଭଲ ସାଙ୍ଗ ହୋଇଥାଏ। ସେ ଆମକୁ ନିଃସ୍ୱାର୍ଥପର ଭାବେ ଭଲ ପାଇଥାଏ। ସୋସିଆଲ ମିଡିଆରେ କୁକୁରର ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏବେ ଟ୍ଵିଟରରେ ଏମିତି ହିଁ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ନିଜ ହସ ରୋକି ପାରିବେ ନାହିଁ। ଏଥିରେ ଜଣେ ମାଲିକ ଯେତେବେଳେ ନିଜ ଡଗିକୁ ଘର ଭିତରେ ଏକୁଟିଆ ଛାଡ଼ି ଦେଇଛନ୍ତି, ତ ସେହି ସମୟରେ ଡଗିଟି ଯେଉଁ କାମ କରୁଛି, ତାହା ସମସ୍ତଙ୍କୁ ପସନ୍ଦ ଆସିଛି।

ଏହି ଭିଡିଓକୁ ଏ ପର୍ଯ୍ୟନ୍ତ 401.9K ଲୋକ ଦେଖି ସାରିଲେଣି। ଏଥିରେ ଦେଖିବାକୁ ମିଳୁଛି କି, ନିଜକୁ ଘର ଭିତରେ ଏକୁଟିଆ ପାଇ କୁକୁର ଦୁଇଟି ଗୋଡ଼ରେ ଏକ ଚେୟାରକୁ ଠେଲି ଠେଲି ରୋଷେଇ ଘରକୁ ନେଉଛି, ଯାହାକୁ ନ ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ। ଏହାପରେ ସେ ଚେୟାର ଉପରେ ଛିଡ଼ା ହୋଇ ଖାଦ୍ୟ ଖାଇବାକୁ ଲାଗୁଛି।

ଏହି କ୍ୟୁଟ୍‌ ଭିଡିଓରେ କ୍ୟାପସନ ଲେଖାଯାଇଛି, ‘ଯେତେବେଳେ ଆପଣ ନିଜ ଡଗିକୁ କିଛି ମିନିଟ୍‌ ପାଇଁ ଏକୁଟିଆ ଛାଡ଼ି ଦିଅନ୍ତି’। ଭିଡିଓର କମେଣ୍ଟ ସେକ୍ସନରେ ଲୋକେ ଖୁବ୍‌ କମେଣ୍ଟ କରିଛନ୍ତି। କିଛି ଲୋକ ନିଜ ଡଗ୍‌ର ବି କ୍ୟୁଟ୍‌ ହରକତ ସେୟାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.