Below header

ସୁନ୍ଦରଗଡ଼ : ବନ୍ଧୁକ ଦେଖାଇ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍‌ରୁ ଲୁଟି ନେଲେ ୨.୮୭ ଲକ୍ଷ ଟଙ୍କା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଦୁର୍ବୃତ୍ତମାନେ ଆଜି ବନ୍ଧୁକ ଦେଖାଇ ୨ ଲକ୍ଷ ୮୭ ହଜାର ଟଙ୍କା ଲୁଟି ନେଇଛନ୍ତି । ଏସ୍ପି ସାଗରିକା ନାଥଙ୍କ ନେତୃତ୍ୱରେ ପୁଲିସ ସିସିଟିଭ ଫୁଟେଜ୍ ଆଧାରରେ ଘଟଣାର ତଦନ୍ତ କରୁଛି ।

ସୂଚନାନୁଯାୟୀ, ଆଜି ଅପରାହ୍ଣ ପ୍ରାୟ ୧ଟା ୪୫ରେ ୪ଜଣ ଦୁର୍ବୃତ୍ତ ୨ଟି ବାଇକରେ ଆସି ସୁନ୍ଦରଗଡ଼ ସଦରଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ୍ ରୋଡ଼ରେ ଥିବା କିରେଇ ଶାଖାରେ ପ୍ରବେଶ କରିଥିଲେ । ସେମାନେ ମୁହଁରେ ମୁଖା ପିନ୍ଧିଥିବା ବେଳେ ହାତରେ ବନ୍ଧୁକ ଧରିଥିଲେ ।

ବ୍ୟାଙ୍କରେ ସୁରକ୍ଷାକର୍ମୀ ନଥିବାରୁ ଦୁର୍ବୃତ୍ତମାନେ ନିର୍ଭୟରେ ବ୍ୟାଙ୍କ୍‌ରେ ପ୍ରବେଶ କରିଥିଲେ । କିଛି ସମୟ ପର୍ଯ୍ୟନ୍ତ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଭୟଭୀତ କରାଇ ୨ ଲକ୍ଷ ୮୭ ହଜାର ଟଙ୍କା ଓ ମହିଳା କ୍ୟାସିୟର ରାଖୀ କୁଜୁରଙ୍କ ଠାରୁ ସୁନା ଚେନ୍ ଲୁଟ କରି ଝାରସୁଗୁଡ଼ା ଅଭିମୁଖେ ଫେରାର ହୋଇଥିଲେ ।

ବ୍ୟାଙ୍କ ମ୍ୟାନେଜରଙ୍କ ଠାରୁ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସି ଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଛି । ଖବର ଲେଖାହେବା ଯାଏ ଦୁବୃତ୍ତଙ୍କର କୌଣସି ପତ୍ତା ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.