ଜିଆଇ ୟୁନିଟ ସିଲ କଲା ଧର୍ମଶାଳା ପୋଲିସ ଓ ତହସିଲ ପ୍ରଶାସନ

ଯାଜପୁର (କେନ୍ୟୁଜ):  ଯାଜପୁର ଜିଲ୍ଲା ରଥିଆ ନିକଟରେ ଏକ ଜିଆଇ ୟୁନିଟ କାରଖାନାକୁ ସିଲ କଲା ଧର୍ମଶାଳା ପୋଲିସ ଓ ତହସିଲ ପ୍ରଶାସନ । ଧର୍ମଶାଳା ଥାନା ଅଧିକାରୀ ସରୋଜ ସାହୁ ଆଜି ସଦଳବଳେ ପହଁଚି ଏହି ୟୁନିଟ ଉପରେ ଅଚାନକ ଚଢ଼ାଉ କରିଥିଲେ।

ଅମରେଶ ଇଂଣ୍ଡଷ୍ଟ୍ରି ନାମରେ ଚାଲିଥିବା ଏହି କମ୍ପାନୀରେ ଲୁହା ସାମଗ୍ରୀ ଆଣି ଏଠାରେ ଷ୍ଟିଲ ଆଉ ଜିଆଇ ସାମଗ୍ରୀରେ ରୂପାନ୍ତରିତ କରି ବିଭିନ ଅଞ୍ଚଳକୁ ସପ୍ଲାଏ କରାଯାଇଥାଏ । ଏଠାରେ ଏଭଳି ବେଆଇନ କାରବାର ଚାଲୁଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଫଳରେ ଆଜି ଧର୍ମଶାଳା ପୋଲିସ ସଦଳବଳ ପହଁଚି ଚଢ଼ାଉ କରିବା ସହ ଅଭିଯୋଗର ତଦନ୍ତ କରିଥିଲା ।

ତଦନ୍ତ ସମୟରେ କମ୍ପାନୀ କର୍ତ୍ତୃପକ୍ଷ କୌଣସି ଆବଶ୍ୟକୀୟ କାଗଜ ପତ୍ର ଦାଖଲ କରିପାରି ନଥିଲେ। ଏନେଇ ଧର୍ମଶାଳା ପୋଲିସ ତହସିଲ ପ୍ରଶାସନକୁ ଅବଗତ କରିଥିଲା। ପରେ ଘଟଣା ସ୍ଥଳରେ ଧର୍ମଶାଳା ଅତିରିକ୍ତ ତହସିଲଦାର ଶୀତଳ ଅଗ୍ରୱାଲ ପହଁଚି ଯାଞ୍ଚ କରିବା ସହ କାରଖାନାକୁ ସିଲ କରାଯାଇଛି।

ତେବେ କମ୍ପାନୀର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.