Below header

କଂଗ୍ରେସ କାର୍ଯ୍ୟାଳୟରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ, ଭଙ୍ଗାରୁଜା କଲେ ବ୍ୟାନର ପୋଡ଼ିଲେ

ନିମାପଡ଼ାରେ ନିର୍ବାଚନୀ ହିଂସା ଅଭିଯୋଗ। କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା, ବ୍ୟାନର ପୋଡ଼ି । ଏ ନେଇ ନିମାପଡ଼ା ଥାନାରେ ଅଭିଯୋଗ ହୋଇଛି। ନିମାପଡ଼ା ଶ୍ୟାମସୁନ୍ଦରପୁରରେ ଥିବା କଂଗ୍ରେସ କାର୍ଯ୍ୟାଳୟ ଭଂଗାରୁଜା ।

ଗୋପ (କେନ୍ୟୁଜ): ନିମାପଡ଼ାରେ ନିର୍ବାଚନୀ ହିଂସା ଅଭିଯୋଗ । କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା, ବ୍ୟାନର ପୋଡ଼ି । ଏ ନେଇ ନିମାପଡ଼ା ଥାନାରେ ଅଭିଯୋଗ ହୋଇଛି । ନିମାପଡ଼ା ଶ୍ୟାମସୁନ୍ଦରପୁରରେ ଥିବା କଂଗ୍ରେସ କାର୍ଯ୍ୟାଳୟ ଭଂଗାରୁଜା ।

ଗତକାଲି ବିଳମ୍ବିତ ରାତିରେ କିଛି ଯୁବକ କଂଗ୍ରେସ କାର୍ଯ୍ୟାଳୟରେ ପଶି ଏଭଳି ଲଙ୍କାକାଣ୍ଡ କରିଥିବା ଅଭିଯୋଗ ହୋଇଛି । ସେମାନେ ସମସ୍ତେ ମୁଖା ପିନ୍ଧିଥିଲେ । ଦୁର୍ବୁତ୍ତମାନେ ଥଣ୍ଡା ଓ ମଦ ବୋତଲ କାର୍ଯ୍ୟାଳୟ ଭିତରେ ଫିଙ୍ଗି ଥିଲେ । ଫଳରେ କାର୍ଯ୍ୟାଳୟ ଭିତରେ ଥିବା କର୍ମଚାରୀମାନେ ଭୟଭୀତ ହୋଇ ପଡ଼ିଥିଲେ । କଂଗ୍ରେସ ନେତା ସିଦ୍ଧାର୍ଥ ରାଉତରାୟ ଏନେଇ ସୂଚନା ଦେଇଛନ୍ତି । ସିଦ୍ଧାର୍ଥ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ । ନିମାପଡ଼ା ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.