ସୁନ୍ଦରଗଡ଼(କେନ୍ୟୁଜ୍): ଜିଲ୍ଲାପାଳଙ୍କ ନାଁରେ ଫେକ୍ ଫେସବୁକ ଆକାଉଣ୍ଟ । ଫେସବୁକ ଆକାଉଣ୍ଟ ହ୍ୟାକ କରି ଠକିବା ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନାଁରେ । ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଫେସବୁକ ହ୍ୟାକ କରି ଏକ ଦାମି ମୋବାଇଲ ଦାବି କରିଥିବା ଜଣାପଡିଛି । ଏହା ଜଣିବା ପରେ ଜିଲ୍ଲାପାଳ ଏହାକୁ ଖଣ୍ଡନ କରିଛନ୍ତି ।
ଆଉ ଏହାକୁ କେହି ଜଣେ ହ୍ୟାକ କରିଥିବା ଲେଖିଛନ୍ତି । ଗତ କିଛି ଦିନ ପୂର୍ବରୁ ଜଣେ ବିଧାୟକଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ କରି ମୋବାଇଲ ଦାବି କରିବା ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଥିଲା ।