ନରସିଂହପୁର: ବିଳମ୍ବିତ ରାତିରେ ଏକାଧିକ ଘରୁ ତାଲା ଭାଙ୍ଗି କଳାକନା ବୁଲାଇଲେ ଚୋର, ଅଞ୍ଚଳରେ ଭୟର ବାତାବରଣ

ନରସିଂହପୁର(କେନ୍ଯୁଜ୍): କଟକ ଜିଲ୍ଲା ନରସିଂହପୁର ବ୍ଲକ ଉଲସକୋଟୁ ଛକରୁ ବିଳମ୍ବିତ ରାତିରେ ଏକାଧିକ ଘରୁ ଚୋରି ଅଭିଯୋଗ | ସୂଚନା ଅନୁଯାୟୀ ଗତ ବିଳମ୍ବିତ ରାତିରେ ରାଉଲକେଲା ତହସିଲରେ କାର୍ଯ୍ୟରତ ରାଜ କିଶୋର ଦେହୁରି ଓ ସ୍ଥାନୀୟ ବାସିନ୍ଦା ମନୋଜ କୁମାର ପଣ୍ଡା , ବିପିନୀ ବିହାରୀ ପ୍ରଧାନଙ୍କ ଘରେ କିଛି ପଶି ତାଲା ଭାଙ୍ଗି କଳାକନା ବୁଲାଇଥିବା ଅଭିଯୋଗ ହୋଇଛି।

ଏନେଇ ସମ୍ପୃକ୍ତ ପରିବାରଙ୍କ ତରଫରୁ ଥାନାରେ ଏତଲା ଦିଆଯାଇଛି | ପୋଲିସ ପକ୍ଷରୁ ଏ ଏସ ଆଇ ମଦନ ମୋହନ କାର୍ଜୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି | ଏହି କୋରୋନା ସମୟରେ ଲୋକମାନେ ଭୟଭୀତ ଥିବାବେଳେ ଏପରି  ଚୋରି ଘଟଣା ଲୋକଙ୍କ ମଧ୍ଯରେ ଆହୁରି ଭୟର ବାତାବରଣ ସୃଷ୍ଟି କରିଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.