କରଞ୍ଜିଆ : ବ୍ୟାଙ୍କ ଓ ଡାକ ଘରୁ ଚୋରି

କରଞ୍ଜିଆ (କେନ୍ୟୁଜ୍‌ ): ବ୍ୟାଙ୍କ ଓ ଡାକଘରୁ ହୋଇଛି ଚୋରି । ଯଶୀପୁର ଉପ ଡାକଘର ଓ ମୟୁରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କରୁ ଏହି ଚୋରି ହୋଇଛି । ୩ ଦିନ ବ୍ୟାଙ୍କ ଓ ଡାକଘର ବନ୍ଦ ଥିବାରୁ ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ଚୋରି କରିଛି ।

ତେବେ ଚୋରୀ ହୋଇଥିବାର ନିର୍ଦ୍ଦିଷ୍ଟ ଦିନ ଜଣା ପଡ଼ିନାହିଁ । ଆଜି ବ୍ୟାଙ୍କ ଓ ଡାକଘର ଖୋଲିବା ସମୟରେ ତାଲା ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଥିଲା । ଡାକଘରୁ ୧ ଲକ୍ଷ ୪୫ ହଜାର ଚୋରି ନେଇ ଅଭିଯୋଗ ହୋଇଥିବା ବେଳେ ବ୍ୟାଙ୍କ ପକ୍ଷରୁ କିଛି ସୂଚନା ମିଳିପାରିନାହିଁ ।

ବାରିପଦାରୁ ସାଇଣ୍ଟିଫିକ ଟିମ୍‌ ଆସି ତଦନ୍ତ କଲାପରେ ତାହା ଜଣା ପଡିବ ବୋଲି ପୋଲିସ କହିଛି । ଘଟଣାସ୍ଥଳରେ ଯଶୀପୁର ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

 

Leave A Reply

Your email address will not be published.