Below header

ପାୱାର ଚାନେଲକୁ ଡେଇଁ ବୁର୍ଲା ଭିସୁଟର ଛାତ୍ରୀ ନିଖୋଜ ଘଟଣା : ୧୨ ଘଣ୍ଟା ପରେ ମିଳିଲା ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତଦେହ

ସମ୍ବଲପୁରରେ ପିସି ବ୍ରିଜରୁ ଡେଇଁ ବୁର୍ଲା ଭିସୁଟର ଛାତ୍ରୀ ନିଖୋଜ ଘଟଣା । ୧୨ ଘଣ୍ଟା ପରେ ମିଳିଲା ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତଦେହ। ଗତକାଲି ବିଳମ୍ବିତ ରାତି ଯାଏ ଖୋଜାଖୋଜି କରିଥିଲା ଅଗ୍ନିଶମ ବାହିନୀ । ଆଜି ପୁଣି ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଥିଲା ।

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁରରେ ପିସି ବ୍ରିଜରୁ ଡେଇଁ ବୁର୍ଲା ଭିସୁଟର ଛାତ୍ରୀ ନିଖୋଜ ଘଟଣା । ୧୨ ଘଣ୍ଟା ପରେ ମିଳିଲା ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତଦେହ। ଗତକାଲି
ବିଳମ୍ବିତ ରାତି ଯାଏ ଖୋଜାଖୋଜି କରିଥିଲା ଅଗ୍ନିଶମ ବାହିନୀ । ଆଜି ପୁଣି ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଥିଲା । ଗତକାଲି ପିସି ବ୍ରିଜରୁ ପାଓ୍ଵାର୍‌ ଟନେଲକୁ ଡେଇଁ ପଡ଼ିଥିଲେ ଚିନ୍ମୟୀ । ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ସେ ଆଇଟି ବିଭାଗର ପାସ୍‌ ଆଉଟ୍‌ ଛାତ୍ରୀ ।

ଗତକାଲି ସମାବର୍ତ୍ତନ ଉତ୍ସବକୁ ଡିଗ୍ରୀ ସାର୍ଟିଫିକେଟ୍‌ ନେବାକୁ ଆସିଥିଲେ । ରାତି ୯ଟା ବେଳେ ବନ୍ଧୁଙ୍କ ସହ ବାଇକ୍‌ ଯୋଗେ ବୁଲିବାକୁ ଆସିଥିଲେ ଚିନ୍ମୟୀ । କଲେଜ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ । ପରେ ପୁରୁଷ ବନ୍ଧୁଙ୍କ ଆଗରେ ଟନେଲକୁ ଡେଇଁ ପଡିଥିଲେ । ତେବେ କଣ ପାଇଁ ସେ ବ୍ରିଜରୁ ଡେଇଁଲେ ? ଚିନ୍ମୟୀଙ୍କ ପୁରୁଷ ବନ୍ଧୁଙ୍କୁ ଥାନାକୁ ଡାକି ପଚରା ଉଚରା କରୁଛି । ସାର୍ଟିଫିକେଟ୍‌ ଗ୍ରହଣ କରି ବେଶ୍‌ ଖୁସି ଥିଲେ ଚିନ୍ମୟୀ । ଆଗକୁ ଗଢିଥାନ୍ତେ ସୁନେଲି ଭବିଷ୍ୟତ । ହେଲେ ତା ପୂର୍ବରୁ ବ୍ରିଜରୁ ଡେଇଁ ପଡିଲେ ଆଇଟି ଛାତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.