ବୋହୂକୁ ଦୁଷ୍କର୍ମ କରିବାକୁ ଉଦ୍ଯମ କରିବା ପଡିଲା ମହଙ୍ଗା: କଙ୍ଗାରୁ କୋର୍ଟରେ ଶ୍ୱଶୁରକୁ ନିର୍ଦ୍ଧୁମ ଛେଚା

ବାପ ସମାନ ଶ୍ୱଶୁର ବିରୋଧରେ ବୋହୂ ଆଣିଲା ସାଙ୍ଘାତିକ ଅଭିଯୋଗ। ଘରେ କେହି ନଥିବାର ସୁଯୋଗ ନେଇ ବୋହୂକୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା ଶ୍ୱଶୁର। ଶ୍ୱଶୁର କବଳରୁ ଖସି ଆସି ଘଟଣା ନେଇ ବୋହୂ ବାପ ଘର ଲୋକଙ୍କୁ କହିବା ପରେ ଗାଁରେ ବସିଲା କଙ୍ଗାରୁ କୋର୍ଟ। କଙ୍ଗାରୁ କୋର୍ଟରେ କାମୁକ ଶ୍ୱଶୁରକୁ ଦେଲେ ଉତ୍ତମ ମଧ୍ୟମ ।

ଉଦଳା(କେନ୍ୟୁଜ୍) : ବାପ ସମାନ ଶ୍ୱଶୁର ବିରୋଧରେ ବୋହୂ ଆଣିଲା ସାଙ୍ଘାତିକ ଅଭିଯୋଗ। ଘରେ କେହି ନଥିବାର ସୁଯୋଗ ନେଇ ବୋହୂକୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା ଶ୍ୱଶୁର। ଶ୍ୱଶୁର କବଳରୁ ଖସି ଆସି ଘଟଣା ନେଇ ବୋହୂ ବାପ ଘର ଲୋକଙ୍କୁ କହିବା ପରେ ଗାଁରେ ବସିଲା କଙ୍ଗାରୁ କୋର୍ଟ। କଙ୍ଗାରୁ କୋର୍ଟରେ କାମୁକ ଶ୍ୱଶୁରକୁ ଦେଲେ ଉତ୍ତମ ମଧ୍ୟମ । ଗୋଡ଼ ହାତ ବାନ୍ଧିଦେଲେ ଗାଁ ଲୋକ । ଗାଁ ଦାଣ୍ଡରେ ବେକରେ ପିନ୍ଧାଇଲେ ଜୋତାମାଳ । ଉଦଳା ଥାନା ଆଠପଡ଼ା ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା।

ଯାହା ଖବର ମିଳିଛି, ଗତକାଲି ରାତିରେ ବୋହୂ ଜଣକ ନିଜ ଶ୍ୱଶୁର ଘର ଖୁଂଟା ଥାନା ଗଡିଗାଁରେ ଘରେ ଶୋଇଥିଲେ । ଘରେ ପୁଅ ଏବଂ ଶାଶୁ ନ ଥିବାର ସୁଯୋଗ ନେଇ ଶ୍ୱଶୁର କାଳିଚରଣ ମୁର୍ମୁ ଘର ଭିତରେ ପଶି ବୋହୂକୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ତେବେ ବୋହୂ କୌଶଳକ୍ରମେ ସେଠାରୁ ଖସି ଆସି ନିଜ ବାପଘର ଆଠପଡାକୁ ଚାଲି ଆସିଥିଲା ।

ସେଠାରେ ଝିଅର ପରିବାର ଲୋକେ ଶ୍ୱଶୁର କାଳିଚରଣ ମୁର୍ମୁ ଏବଂ ସ୍ୱାମୀ ସୁକୁଲ ମୁର୍ମୁକୁ ଆଠପଡା ଗ୍ରାମକୁ ଡକାଇଥିଲେ । ସେଠାରେ ଗାଁ ଦାଣ୍ଡରେ ଶ୍ୱଶୁର କାଳିଚରଣ ବେକରେ ଜୋତାମାଳ ପିନ୍ଧାଇବା ସହିତ ନିର୍ଘାତ ମାଡ ମାରିଥିଲେ ଗ୍ରାମବାସୀ। ଖାଲି ମାଡ ନୁହେଁ ବେକରେ ଜୋତାମାଳ ପିନ୍ଧାଇବା ସହିତ ଦଉଡିରେ ଶ୍ୱଶୁରର ଗୋଡ ବାନ୍ଧି ଦେଇଥିଲେ। ଏଥିରୁ ସ୍ବାମୀ ସୁକୁଲ ମୁର୍ମୁ ବି ବର୍ତ୍ତିନଥିଲେ। ତାଙ୍କୁ ବି ଉତ୍ତମ ମଧ୍ଯମ ଦେଇଥିଲେ । ତେବେ ଆଇନକୁ ହାତକୁ ନେଇ କଙ୍ଗାରୁ କୋର୍ଟ ବସାଇ ଏହି ଘଟଣାର ଫଇସଲା କରିବାକୁ ଚାହିଁଥିଲେ ଗ୍ରାମବାସୀ।

ଅନ୍ଯପଟେ ଏହି ଖବର ପାଇ ଉଦଳା ପୋଲିସ୍ ଘଟଣାସ୍ଥଳରେ ପହଂଚିଥିଲା ଏବଂ ଘଟଣା ସମ୍ପର୍କରେ ପଚାରିବୁଝିବା ସହିତ ଅଧିକ ତଦନ୍ତ ଆରମ୍ଭ କରିଛି। ତେବେ ଦର୍ଶକବନ୍ଧୁ ଯଦି ଘଟଣାଟି ସତ ତେବେ ଭାବନ୍ତୁତ ବୋହୂ କିଏ ଝିଅ କିଏ? ଶ୍ୱଶୁର କିଏ ବାପା କିଏ? ସମ୍ପର୍କର ମର୍ଜାଦା କେମିତି ଭୁଲିଯାଉଛନ୍ତି ଏମାନେ। ନିଜ ଘରେ ନିଜ ଲୋକ ଯଦି ଏଭଳି କ୍ରୁର ମାନସିକତା ନେଇ ବଞ୍ଚିବ, ଶ୍ୱଶୁର ହୋଇ ବୋହୂକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବ, ତେବେ ସମାଜରେ କାହାକୁ ବା ବିଶ୍ବାସ କରିବ?