ଛାତ୍ରଛାତ୍ରୀଙ୍କ ସହ ପାଦରେ ପାଦ ମିଶାଇ ନାଚିଲେ ବିଧାୟିକା କୁସୁମ ଟେଟେ

ସୁନ୍ଦରଗଡ(କେନ୍ୟୁଜ୍): ନାଚିଲେ ବିଧାୟିକା । ସୁନ୍ଦରଗଡ ଖୁଏଲ ଯାତ୍ରାରେ ରାଜରାସ୍ତାରେ ଛାତ୍ରଛାତ୍ରୀଙ୍କ ସହ ମନଖୁସିରେ ନାଚିଲେ ବିଧାୟକା କୁସୁମ ଟେଟେ । ଛାତ୍ରଛାତ୍ରୀଙ୍କ ସହ ପାଦରେ ପାଦ ମିଶାଇ ନାଚିଲେ ବିଧାୟିକା । ଏଭଳି ଭିଡ଼ିଓ ଦେଖିବାକୁ ମିଳିଛି ସୁନ୍ଦରଗଡରେ । ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ତରଫରୁ ଆରମ୍ଭ ହୋଇଥିଲା ଖୁଏଲ ଯାତ୍ରା । ଏହି ଯାତ୍ରା ଏକ ପଥୋତ୍ସବ ଭଳି ପାଳନ କରାଯାଇଥିଲା । ପଶ୍ଚିମ ଓଡ଼ିଶାର ଲୁକ୍କାୟିତ କଳା ସଂସ୍କୃତିକୁ ରାଜରାସ୍ତାରେ ପରିବେଶଣ କରୁଥିଲେ ଛାତ୍ରଛାତ୍ରୀ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ବିଧାୟିକା କୁସୁମ ଟେଟେ । ବିଧାୟିକାଙ୍କୁ ଅତି ପାଖରେ ପାଇ ଛାତ୍ରୀମାନେ ବେଶ ଉତ୍ସାହର ସହ ନୃତ୍ୟ କରିଥିଲେ

 

 

 

 

Leave A Reply

Your email address will not be published.