ତାଳଚେର: ନାବାଳକ ଚଳାଉଥିଲେ ଗାଡ଼ି, କଟିଲା ୨୬ ହଜାର ଟଙ୍କାର ଫାଇନ

ତାଳଚେର(କେନ୍ୟୁଜ୍):  ସଚେତନତା ସତ୍ୱେ ସୁଧୁରୁ ନାହାନ୍ତି ଯୁବ ପୀଢ଼ି। ନାବାଳକ ଗାଡ଼ି ଚଳାଉଥିଲେ। ଫାଇନ କଟିଲା ୨୬ ହଜାର ଟଙ୍କା। ଘଟଣା ଘଟିଛି ପାଲଲହଡ଼ା ଝିମିରିପାଳି ନିକଟରେ। ପଡୋଶୀକୁ ଗାଡ଼ି ଦେଇ ଫସିଗଲେ ମାଲିକ। ପଡ଼ୋଶୀ ଘରର ନାବାଳ ଗାଡ଼ିକୁ ନେଇ ଝିମିରିପାଳି ଜାତୀୟ ରାଜପଥ ୧୪୯ରେ ଚଳାଉଥିଲେ। ପାଲଲହଡ଼ା ପୋଲିସ ଓ ତାଳଚେର ଆରଟିଓଙ୍କ ମିଳିତ ଯାଞ୍ଚ ବେଳେ ଧରା ପଡିଗଲେ। ନା ପାଖରେ ଥିଲା ଗାଡ଼ିରା କାଗଜପତ୍ର ନା ଥିଲା ଡ୍ରାଇଭିଂ ଲାଇସେନ୍‌ସ। ଗାଡ଼ି ମାଲିକଙ୍କ ନାଁରେ କଟିଲା ୨୬ ହଜାର ଟଙ୍କାର ଫାଇନ। ଗାଡ଼ି ମାଲିକ ସିଡିଂ ଗାଁର ଅନୀଲ କୁମାର ଜେନା। ସେ ଫାଇନ ନ ଦେଇ ପାରିବାକୁ ଗାଡ଼ିକୁ ଜବତ କରାଯାଇଛି। ନାବାଳକ ଜଣକ ଅନୀଲଙ୍କ ପଡ଼ୋଶୀ

Leave A Reply

Your email address will not be published.